ବ୍ରହ୍ମପୁର: ସୁରଟରେ ରହୁଥିବା ପ୍ରବାସୀ ଓଡିଆଙ୍କୁ ଛାଡିବା ପାଇଁ ନିୟମିତ ଭାବରେ ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଗଞ୍ଜାମକୁ ଆସୁଥିବା ବେଳେ ଯାତ୍ରୀଙ୍କୁ ଛାଡିବା ପରେ ଟ୍ରେନ ବଗି ଗୁଡିକୁ ସାନିଟାଇଜ କରାଯାଉଛି ।
ଇଷ୍ଟକୋଷ୍ଟ ରେଳ ବିଭାଗ ପକ୍ଷରୁ ପ୍ରବାସୀ ଓଡିଆଙ୍କୁ ଛାଡିବା ପାଇଁ ବ୍ରହ୍ମପୁର ଉପକଣ୍ଠ ଜଗନ୍ନାଥପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ସୁରଟରୁ ଆସିଥିବା ସମସ୍ତ ଯାତ୍ରୀଙ୍କୁ ସାମାଜିକ ଦୂରତ୍ବରେ ବିଭିନ୍ନ ସ୍ଥାନକୁ ପଠାଯାଇଛି । ଏହାପରେ ଷ୍ଟେସନ ପରିସରରେ ଖାଲି ରହିଥିବା ଟ୍ରେନର ସମସ୍ତ ବଗି ଗୁଡିକୁ ଜୀବାଣୁ ମୁକ୍ତ କରିବା ପାଇଁ ରହିଥିବା ନିର୍ଦ୍ଦେଶନାମା ଅନୁଯାୟୀ ସମ୍ପୂର୍ଣ୍ଣ ଭାବରେ ବିଶୁଦ୍ଧିକରଣ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ