ETV Bharat / city

ଭଡ଼ାଘରୁ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଡ଼ା ଘରୁ ମିଳିଲା କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ । ମାନସିକ ଭାରସାମ୍ୟ ହରାଇ ଝୁଲିପଡ଼ିଲେ ଛାତ୍ର । ଅଧିକ ପଢ଼ନ୍ତୁ

author img

By

Published : May 14, 2022, 6:26 PM IST

Updated : May 14, 2022, 7:15 PM IST

ଭଡ଼ାଘରୁ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭଡ଼ାଘରୁ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗଜପତି : କଲେଜ ଛାତ୍ରଙ୍କ ଆତ୍ମହତ୍ୟା । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ କାଚରା ସାହିରେ । ମୃତ ଛାତ୍ର ଜଣକ ହେଲେ ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଳକ ଅନ୍ତର୍ଗତ ଉକୁମ୍ବା ଗ୍ରାମର ଶିବ ନିମାଲ । ଶିବ ପାରଳାଖେମୁଣ୍ଡିସ୍ଥିତ କାଚରା ସାହିରେ ଏକ ଭଡ଼ା ଘରେ ରହୁଥିଲେ । ଆଜି ସକାଳୁ ସେହି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପାରଳାଖେମୁଣ୍ଡି ପୋଲିସ ।

ଶିବ ପାରଳାଖେମୁଣ୍ଡିସ୍ଥିତ SKCG college +୩ର ଛାତ୍ର ଥିଲେ । ତିନି ଦିନ ହେଲା ଗାଁରୁ ପାରଳାଖେମୁଣ୍ଡି ଆସି ତିନି ବନ୍ଧୁ ସହ ମିଶି ରହୁଥିଲେ ଶିବ । ତେବେ ଗତ ଦୁଇ ଦିନ ହେବ ସେ କଲେଜ ମଧ୍ୟ ଯାଉନଥିଲେ । ମାନସିକ ଭାରସାମ୍ୟ ହରାଇ ରହୁଥିବା ସୂଚନା ଦେଇଛନ୍ତି ତାଙ୍କ ବନ୍ଧୁ ପିତାମ୍ବର ନାୟକ । ଅନ୍ୟପକ୍ଷରେ ପୋଲିସ ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : May 14, 2022, 7:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.