ETV Bharat / city

ଗୁରୁଦିବସରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ - ପବିତ୍ର ଗୁରୁ ଦିବସ

ଆଜି ପବିତ୍ର ଗୁରୁ ଦିବସ । ଏହି ଅବସରରେ ଛାତ୍ରଛାତ୍ରୀ ଗୁରୁଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ଅଧିକ ପଢନ୍ତୁ

ଗୁରୁଦିବସରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

author img

By

Published : Sep 5, 2022, 10:43 PM IST

ବ୍ରହ୍ମପୁର : ବ୍ରହ୍ମପୁରରେ ଗୁରୁ ଦିବସ ପାଳନ । ଗୁରୁ ଦିବସରେ ପୁରାତନ ବିଦ୍ୟାଳୟର ପ୍ରତିଷ୍ଠାତାଙ୍କ ସମେତ ବହୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ହେଲା ଉନ୍ମୋଚନ । ପବିତ୍ର ଗୁରୁଦିବସ ଅବସରରେ ବ୍ରହ୍ମପୁର ସହରରେ ରହିଥିବା ପୁରାତନ ବିଦ୍ୟାଳୟ ସିଟି ହାଇସ୍କୁଲର ପ୍ରତିଷ୍ଠାତାଙ୍କ ସମେତ ବହୁ ଦେଶ ଓ ରାଜ୍ୟର ମହା ପୁରୁଷଙ୍କ ପ୍ରତିମୂର୍ତ୍ତି ସହିତ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଅବଦୁଲ କଲାମଙ୍କ କରାଯାଇଛି ଉନ୍ମୋଚନ ।

ଗୁରୁଦିବସରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ଏହି ବିଦ୍ୟାଳୟ ୧୯୩୦ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏହାର ପ୍ରତିଷ୍ଠାତା ରାଓ ସାହେବ ଡାବ୍ଲୁ.ଭି.ବି.ରାମଲିଙ୍ଗମଙ୍କ ପ୍ରତିମୂର୍ତ୍ତି ସମେତ ଜାତିର ପିତା ମହାତ୍ମାଗାନ୍ଧୀ, ସ୍ୱର୍ଗତ ସୁବାସ ଚନ୍ଦ୍ର ବୋଷ, ଉତ୍କଳମଣି ଗୋପାବନ୍ଧୁ ଦାଶ, ସ୍ୱର୍ଗତ ମଧୁସୂଦନ ଦାଶ, କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସମେତ ଏହି ବିଦ୍ୟାଳୟରେ ଆସି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ କଲାମ ପ୍ରତିମୂର୍ତ୍ତିକୁ ଉନ୍ମୋଚିତ କରାଯାଇଥିଲା । ଏହାସହିତ ପ୍ରତ୍ୟେକ କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଏଭଳି ମହାପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଏହା ପ୍ରେରଣା ଯୋଗାଇବ ବୋଲି କୁହାଯାଇଛି ।

ବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀଙ୍କ ପକ୍ଷରୁ ଆୟୋଜିତ କରାଯାଇଥିବା ଏଭଳି କାର୍ଯ୍ୟକ୍ରମରେ ଜିଲ୍ଲାର ସହକାରୀ ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ । ଏହି ଅବସରରେ ରାଜ୍ୟର ଏହି ପୁରାତନ ବିଦ୍ୟାଳୟର ପୁରାତନ ବିଦ୍ୟର୍ଥୀଙ୍କ ସମେତ ସହରର ବହୁ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଥିଲେ ଆମ ସମ୍ୱାଦଦାତା ସମୀର ଆଚାର୍ଯ୍ୟ ।

ଏହି ଅବସରରେ ପିଲାମାନଙ୍କୁ ଗୁରୁଜୀ ଗୁରୁମା ମହାପୁରୁଷଙ୍କ ଜୀବନକାହାଣୀ ବିଷୟରେ କହିଥିଲେ । ପରେ ପିଲାମାନେ ଗୀତଗାଇଥିଲେ । ତେବେ ବିଦ୍ୟାଳୟରେ ମହାପୁରୁଷଙ୍କ ମୂର୍ତ୍ତି ସ୍ଥାପନା ପରେ ଶିକ୍ଷକମାନେ ଅନେକ ଖୁସି ପ୍ରକଟ କରିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.