ETV Bharat / city

Berhampur Couple Saga: ଆଜି ପିଟିସନର ଶୁଣାଣି, କୋର୍ଟରେ ପହଞ୍ଚିଲେ ତପସ୍ବିନୀ - ନ୍ୟାୟ ଆଶାରେ ତପସ୍ବିନୀ

ଡାକ୍ତର ସୁମିତ ଏବଂ ତପସ୍ବିନୀଙ୍କ ଏକାଠି ରହିବା ଘଟଣା । ଆଜି(ଶୁକ୍ରବାର) ବ୍ରହ୍ମପୁର କୋର୍ଟରେ ପହଞ୍ଚିଛନ୍ତି ତପସ୍ବିନୀ । ଅଧିକ ପଢନ୍ତୁ

Berhampur Couple Saga: ପିଟିସନର ବିଚାରଣ ତାରିଖ, ବ୍ରହ୍ମପୁର କୋର୍ଟରେ ପହଞ୍ଚିଲେ ତପସ୍ବିନୀ

author img

By

Published : Dec 17, 2021, 1:12 PM IST

ଭଞ୍ଜନଗର: ଡାକ୍ତର ସୁମିତ ଏବଂ ତପସ୍ବିନୀଙ୍କ ଏକାଠି ରହିବା ଘଟଣା । ବହୁ ବାଦ ବିଦାଦ ପରେ ମଧ୍ୟ ବାହାରିପାରୁନି ସମାଧାନର ବାଟ । ଆଜି(ଶୁକ୍ରବାର) ତପସ୍ବିନୀଙ୍କ ଦାଖଲ ହୋଇଥିବା ପିଟିସନର ବିଚାରଣ ତାରିଖ ରହିଥିବା ବେଳେ ଚିନିଶିଳ୍ପ ଅତିଥି ଭବନରୁ ତପସ୍ବିନୀ ବାହାରି ବ୍ରହ୍ମପୁର କୋର୍ଟରେ ପହଞ୍ଚିଛନ୍ତି ।

Berhampur Couple Saga: ପିଟିସନର ବିଚାରଣ ତାରିଖ, ବ୍ରହ୍ମପୁର କୋର୍ଟରେ ପହଞ୍ଚିଲେ ତପସ୍ବିନୀ

କୋର୍ଟରେ ଆଜି ସୁମିତଙ୍କ ପକ୍ଷରୁ ଓକିଲ କାଉଣ୍ଟର ରଖିବେ । ଏହି ପରିପ୍ରେକ୍ଷୀରେ ବିଚାରପତିଙ୍କ ଯାହା ରାୟ ହେବ ତାକୁ ତପସ୍ବିନୀ ସାଦରେ ଗ୍ରହଣ କରିବେ । ଏନେଇ ତପସ୍ବିନୀ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଯେ, "ଯିଏ ଠିକ ବାଟରେ ଅଛି ଓ ସତ୍ୟରେ ଅଛନ୍ତି, ଆଉ କୋର୍ଟ ନିର୍ଦ୍ଦେଶକୁ ମାନି ଚଳିଛି । ମୋ ସପକ୍ଷରେ ଭଲ ଶୁଣାଣି ହେବ" ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ: Brahmapur Couple Saga: କେବେ ଫେରିବେ ସୁମିତ ? ଅନେଇ ବସିଛନ୍ତି ତପସ୍ବିନୀ

ତେବେ ବିଚାରପତି ଉଚିତ ନ୍ୟାୟ ଦେବେ ବୋଲି ତାଙ୍କର ବିଶ୍ବାସ ରହିଥିବା କହିଛନ୍ତି ତପସ୍ବିନୀ । ଜଣେ ବିବାହିତା ନାରୀ ବାପ ଘରୁ ପାଦ କାଢି ସାରିବା ପରେ ଶାଶୁଘରୁ ତାର ଅସ୍ଥି ଉଠେ । ଆଉ ସେ ସବୁଦିନ ପାଇଁ ବାପ ଘର କୁଣିଆ ହୋଇଯାଏ । ଯେତେଦିନ ବଞ୍ଚିବି ଶାଶୁ ଘରକୁ ହିଁ ଯିବା ମୋର ଶେଷ ନିଷ୍ପତ୍ତି ରହିବ ବୋଲି କହିଛନ୍ତି ସେ । ନ୍ୟାୟ ମିଳିଲା ପର୍ଯ୍ୟନ୍ତ ସେ ଲଢେଇ ଜାରି ରଖିବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ତପସ୍ବିନୀ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.