ETV Bharat / city

ଟୋକେଇରେ ଷ୍ଟିକର, ବୁଲା ବିକାଳୀଙ୍କ ଭ୍ୟାକ୍ସିନ ବାର୍ତ୍ତା - ମୁଁ ନେଇଛି ଭ୍ୟାକ୍ସିନ

ବ୍ରହ୍ମପୁରର ହିଞ୍ଜିଳିକାଟୁରେ ଟିକା ନେବା ପାଇଁ ଅଭିନବ ଉଦ୍ୟମ । ବୁଲା ବିକାଳୀ ନିଜ ଟୋକେଇ ଓ ଠେଲାରେ ଷ୍ଟିକର ମାରିଲେ 'ମୁଁ ଟିକା ନେଇଛି' । ଅଧିକ ପଢନ୍ତୁ...

ଟୋକେଇରେ ଷ୍ଟିକର, ବୁଲାବିକାଳୀଙ୍କ ଭ୍ୟାକ୍ସିନ ବାର୍ତ୍ତା

author img

By

Published : Aug 2, 2021, 8:48 PM IST

ବ୍ରହ୍ମପୁର: କୋରୋନା ଯୁଦ୍ଧରେ ଅମୋଘ ଅସ୍ତ୍ର ହେଉଛି ଟିକା । ମହାମାରୀକୁ ମାତ ଦେବାକୁ ଟୀକାକରଣ ଉପରେ ଦିଆଯାଉଛି ଗୁରୁତ୍ବ । ସରକାରଙ୍କଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ବିଭାଗ ପର୍ଯ୍ୟନ୍ତ ସବୁ ଅପିଲ ସତ୍ତ୍ବେ ଏବେ ବି ଟିକା ନେବା ପାଇଁ ଅନେକଙ୍କ ମନରେ ରହିଛି ଭୟ ।

ଟିକା ପାଇଁ ସଚେତନତା, ଟୋକେଇରେ ଷ୍ଟିକର ମାରିଲେ ବୁଲାବିକାଳୀ

ଦିନେ କୋଭିଡ କାୟା ମଧ୍ୟରେ ଥିବା ଗଞ୍ଜାମ ଜିଲ୍ଲାରେ ଟୀକାକରଣକୁ ନେଇ ସୃଷ୍ଟି ହୋଇଛି ସଚେତନତା । ହିଞ୍ଜିଲିକାଟୁ ଟିକା ନେବା ପାଇଁ ସଚେତନ ସହରବାସୀ ଆପଣାଇଛନ୍ତି ଅଭିନବ ଉଦ୍ୟମ । ସ୍ଥାନୀୟ ବୁଲା ବିକାଳୀ ଏବଂ ରାସ୍ତା କଡର ବ୍ୟବସାୟୀ ନିଜ ମୁଣ୍ଡରେ ଧରି ବିକ୍ରି କରିବାକୁ ଯାଉଥିବା ଟୋକେଇ ଏବଂ ଠେଲା ଗାଡିରେ ଷ୍ଟିକର ମାରି ଲୋକଙ୍କୁ କରୁଛନ୍ତି ସଚେତନ ।

ଟୋକେଇରେ ଷ୍ଟିକର, ବୁଲାବିକାଳୀଙ୍କ ଭ୍ୟାକ୍ସିନ ବାର୍ତ୍ତା
ଟୋକେଇରେ ଷ୍ଟିକର, ବୁଲାବିକାଳୀଙ୍କ ଭ୍ୟାକ୍ସିନ ବାର୍ତ୍ତା

'ମୁଁ ଟିକା ନେଇଛି' ଲେଖି ଏମାନେ ଲୋକଙ୍କୁ ଟୀକାକରଣ ପାଇଁ ସଚେତନ କରୁଥିବା ଦେଖିବାକୁ ମିଳିଛି । ହିଞ୍ଜିଳିକାଟୁ ପୌରପରିଷଦ ପକ୍ଷରୁ ବୁଲାବିକାଳୀ ଓ ସର୍ବସାଧାରଣଙ୍କୁ ଟିକା ଗ୍ରହଣ ପାଇଁ ଉତ୍ସାହିତ କରିବା ଦିଗରେ ଏପରି ଏକ ନିଆରା ପ୍ରୟାସ କରାଯାଇଛି । ଜୀବିକା ସହ ଜୀବନ ବି ଗୁରୁତ୍ବପୂର୍ଣ୍ଣ ରହିଥିବାରୁ ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ଓ ସଚେତନ କରିବା ନେଇ ଅଞ୍ଚଳର ବୁଲା ବିକାଳୀମାନେ ନିଜ ଠେଲା ଗାଡି ଦୋକାନରଗୁଡ଼ିକରେ ଷ୍ଟିକର ମାରି ଲୋକଙ୍କୁ ସଚେତନତା ସୃଷ୍ଟି କରୁଛନ୍ତି ।

ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ ଏକ ଗାଇଡ଼ ଲାଇନ ଜାରି କରିଥିଲେ ଯେ ପ୍ରତ୍ୟେକ ବ୍ୟବସାୟୀ ,ଷ୍ଟ୍ରିଟ ଭେଣ୍ଡରମାନେ ଟିକା ଗ୍ରହଣ କଲା ପରେ ଟୀକାକରଣ ପ୍ରମାଣପତ୍ର ଦୋକାନ ସମ୍ମୁଖରେ ଟାଙ୍ଗିବା ବାଧ୍ୟତାମୂଳକ । ଗୋଟିଏ ପକ୍ଷେ ଜିଲ୍ଲା ପ୍ରଶାସନ ବିଭିନ୍ନ ସମୟରେ ଲୋକଙ୍କୁ ସଚେତନତା କରିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଏଭଳି ଉଦ୍ୟମ ପରେ ଟିକାନେବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ବ୍ୟକ୍ତିମାନେ ସଚେତନ ହେବେ ବୋଲି ଆଶା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.