ବ୍ରହ୍ମପୁର: ଗଞ୍ଜାମରେ ଦୁଇ ସ୍ବାସ୍ଥ୍ୟ ଅଧିକାରୀଙ୍କ ସମୀକ୍ଷା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଦୁଇ ଅଧିକାରୀ ବ୍ରହ୍ମପୁରରେ ପହଞ୍ଚି ଜିଲ୍ଲାର କୋରୋନା ସ୍ଥିତି ନେଇ ସମୀକ୍ଷା କରିଛନ୍ତି । ଜିଲ୍ଲାରେ ଫେରିଥିବା ପ୍ରବାସୀ ଓଡିଆଙ୍କ ଉପରେ ସ୍ବାସ୍ଥ୍ୟ ବିଭାଗର କଡା ନଜର ।
ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ସରକାରଙ୍କ ପକ୍ଷରୁ ଆସିଥିବା ଅଧିକାରୀ ତଥା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ପରିବାର ମଙ୍ଗଳ ନିର୍ଦ୍ଦେଶକ ଡ଼ ବିଜୟ ପାଣିଗ୍ରାହୀ ଏବଂ ବୈଜ୍ଞାନିକ ଜୟସିଂ ଖତ୍ରି ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ସହ ପ୍ରଥମ ପର୍ଯ୍ୟାୟ ବୈଠକ କରିଥିଲେ । ଏହାପରେ ସେ ଏମ୍.କେ.ସି.ଜି ମେଡିକାଲ ଏବଂ ନଗର ଚିକିତ୍ସାଳୟର ଡାକ୍ତରଙ୍କ ସହ ଏହି ଟିମ ଆଲୋଚନା କରିଛନ୍ତି । ମୂଖ୍ୟତଃ ସୁରଟରୁ ଆସୁଥିବା ପ୍ରବାସୀ ଓଡିଆଙ୍କୁ କିପରି ସଙ୍ଗରୋଧ କରାଯାଉଛି ଏବଂ କୋରୋନା ପଜିଟିଭ୍ ବାହାରିଥିବା ବ୍ୟକ୍ତିବିଶେଷଙ୍କ ସହିତ ଜିଲ୍ଲାରେ କିଭଳି ସଙ୍ଗରୋଧ ଗୃହର ଅବସ୍ଥାକୁ ଅନୁଧ୍ୟାନ କରିବେ ବୋଲି ଡ଼ ପାଣିଗ୍ରାହୀ କହିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ