ETV Bharat / city

ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ବିବେଚିତ ହେଲା ସର୍ଟଫିଲ୍ମ 'କଣ୍ଢେଇ ଯାତ୍ରା' - କଣ୍ଢେଇଯାତ୍ରା

ଅନ୍ତର୍ଜାତୀୟ ଟୁରିଜମ ଫିଲ୍ମ ଫେଷ୍ଟିଭାଲରେ ନିଜର ସଫଳତାର ପୁଣି ଏକ ନୂତନ ଇତିହାସ ରଚିଛି ଡ଼କୁମେଣ୍ଟାରୀ ଚଳଚ୍ଚିତ୍ର କଣ୍ଢେଇ ଯାତ୍ର। ଅଧିକ ପଢନ୍ତୁ...

short film Kandhei Yatra
ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ବିବେଚିତ ହେଲା ସର୍ଟଫିଲ୍ମ 'କଣ୍ଢେଇଯାତ୍ରା'
author img

By

Published : Sep 19, 2021, 10:37 PM IST

ବ୍ରହ୍ମପୁର: ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ବିବେଚିତ ହେଲା କଣ୍ଢେଇଯାତ୍ରା । ଅନ୍ତର୍ଜାତୀୟ ଟୁରିଜମ ଫିଲ୍ମ ଫେଷ୍ଟିଭାଲରେ ନିଜର ସଫଳତାର ପୁଣି ଏକ ନୂତନ ଇତିହାସ ରଚିଛି ଡ଼କୁମେଣ୍ଟାରୀ ଚଳଚ୍ଚିତ୍ର କଣ୍ଢେଇ ଯାତ୍ର।

ବ୍ରହ୍ମପୁର ସହରର ଅନନ୍ୟ ପରମ୍ପରା କଣ୍ଢେଇ ଯାତ୍ରା । ଯାହା ପ୍ରତ୍ୟେକ ବର୍ଷ ଆଷାଢ଼ ମାସର ପୂର୍ଣ୍ଣମୀ ଅବସରରେ ସହରର ବଡବଜାର ଖସ୍ପା ସାହିରେ ପ୍ରାୟ ତିନିଶହ ବର୍ଷ ଧରି ପାଳିତ ହୋଇ ଆସୁଛି । ଏହି ବିଷୟକୁ ନେଇ ଯୁବ ସିନେ ନିର୍ମାତା ସନ୍ୟାସୀ ମହାରଣା ଏକ ଡକୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଯାହାକି ଏହି ଚଳଚ୍ଚିତ୍ରରେ ଅନ୍ତର୍ଜାତୀୟ ଟୁରିଜମ ଫିଲ୍ମ ଫେଷ୍ଟିଭାଲରେ ମନୋନୀତ ହୋଇଥିଲା। ଚଳିତ ମାସର ୧୪ ତାରିଖ ଦିନ ଏହି ଚଳଚ୍ଚିତ୍ର ମହୋତ୍ସବର ବିଜେତା ଘୋଷଣା କରାଯାଇଥିବାବେଳେ କଣ୍ଢେଇ ଯାତ୍ରା ଚାରି ଗୋଟି ବିଭାଗରେ ପୁରସ୍କୃତ ହୋଇଛି । ଶ୍ରେଷ୍ଠ ଟୁରିଜମ ଫିଲ୍ମ ଶ୍ରେଷ୍ଠ ନିର୍ଦ୍ଦେଶନା ପାଇଁ ସନ୍ୟାସୀ ମହାରଣା ଶ୍ରେଷ୍ଠ ଚିତ୍ରୋତ୍ତୋଲନ ପାଇଁ ଟୁଟୁ ପ୍ରଧାନ ଏବଂ ଶ୍ରେଷ୍ଠ ପୋଷ୍ଟର ବିଭାଗରେ ଟିକିରି ବେହେରା ପୁରସ୍କୃତ ହୋଇଥିଲେ । ଏହି ଚଳଚ୍ଚିତ୍ର ମହୋତ୍ସବରେ ୨୫ ଦେଶର ୧୫ ଶହରୁ ଅଧିକ ଚଳଚ୍ଚିତ୍ର ଭାଗ ନେଇଥିଲେ । ଓଡିଶାରୁ ଚାରୋଟି ଚଳଚ୍ଚିତ୍ର ପୁରସ୍କାର ପାଇଥିବାବେଳେ ଟୁରିଜମ ବିଭାଗରେ ଗଞ୍ଜାମରୁ ଏକ ମାତ୍ର ଚଳଚ୍ଚିତ୍ର କଣ୍ଢେଇଯାତ୍ରା ଚାରୋଟି ବିଭାଗରେ ପୁରସ୍କୃତ ହୋଇଛି ।

ତେବେ ରବିବାର ଏହି ଚଳଚ୍ଚିତ୍ର ମହୋତ୍ସବ ପକ୍ଷରୁ ମାନପତ୍ର ଏବଂ ପୁରସ୍କାର ମହାରଣାଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ତ୍ରିପତି ନାୟକ, ହୃଷିକେଶ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀ ଏବଂ ଅନନ୍ତରାମ କର କୌଣ୍ଡିନ୍ୟ ସାହାର୍ଯ୍ୟ କରିଥିବା ବେଳେ ଏହାର ସଫଳତା ବ୍ରହ୍ମପୁର ମାଟିର କଳା ସଂସ୍କୃତିକୁ ବିଶ୍ଵ ଦରବାରେ ପହଞ୍ଚାଇବା ପାଇଁ ମହାରଣାଙ୍କୁ ଧନ୍ୟବାଦ ଦେଇଥିଲେ।

ଏହି ଚଳଚ୍ଚିତ୍ର କଣ୍ଢେଇ ଯାତ୍ରାକୁ ଇଂରାଜୀ ,ହିନ୍ଦୀ, ତେଲୁଗୁ ,ବଙ୍ଗାଳି, ମରାଠୀ ଏଭଳି ସାତୋଟି ଭାଷାରେ ପ୍ରସ୍ତୁତ କରି ଆମ ବ୍ରହ୍ମପୁରର କଳା ଏବଂ ସଂସ୍କୃତି ଦେଶ ବାହାରେ ପ୍ରଚାର କରିବା ପାଇଁ ବିଚାରକଙ୍କର ମତକୁ ନେଇ ଏହାର ଅନ୍ୟାନ୍ୟ ସଂକଳନ ପ୍ରସ୍ତୁତ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସନ୍ୟାସୀ ମହାରଣା ସୂଚନା ଦେଇଛନ୍ତି। କଣ୍ଢେଇଯାତ୍ରା ଏବେ ସୁଦ୍ଧା ବ୍ଲାକ ବୋର୍ଡ ଫିଲ୍ମ ଫେଷ୍ଟିଭାଲ ଲଣ୍ଡନ ଏବଂ ଜାତୀୟ ପୁରସ୍କାର ଚିତ୍ର ଭାରତୀ ସମ୍ମାନ ପାଇଁ ମନୋନୟନ ପର୍ଯ୍ୟାୟରେ ନିଜକୁ ସାମିଲ କରି ସାରିଛି । ଆଗକୁ କଣ୍ଢେଇଯାତ୍ରା ନିଶ୍ଚୟ ଭାବରେ ପୁଣି ଥରେ ବ୍ରହ୍ମପୁର ମାଟି ପାଇଁ ଗୌରବ ଆଣିବ ବୋଲି ନିର୍ମାତା ଆଶା ବ୍ୟକ୍ତ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.