ETV Bharat / city

ଏସଏଫଆଇ ତରଫରୁ ବ୍ରହ୍ମପୁରରେ ଜିଲ୍ଲାସ୍ତରୀୟ ସମ୍ମିଳନୀ - SFI STUDENT CONFERENCE

ଭାରତର ଛାତ୍ର ଫେଡେରେସନ ଏସଏଫଆଇ ତରଫରୁ ବ୍ରହ୍ମପୁର ଠାରେ ଜିଲ୍ଲା ସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

aa
ଏସଏଫଆଇ ତରଫରୁ ବ୍ରହ୍ମପୁରରେ ଜିଲ୍ଲାସ୍ତରୀୟ ସମ୍ମିଳନୀ
author img

By

Published : Mar 1, 2020, 5:02 AM IST

ବ୍ରହ୍ମପୁର: ଭାରତର ଛାତ୍ର ଫେଡେରେସନ ଏସଏଫଆଇ ତରଫରୁ ବ୍ରହ୍ମପୁର ଠାରେ ଜିଲ୍ଲା ସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲରେ ଏହି ଅବସରରେ ସିଏଏ -ଏନଆରସି-ଏନପିଆର ଓ ସାଂପ୍ରତିକ ପରିସ୍ଥିତିରେ ଛାତ୍ର ସମାଜ ସଂପର୍କରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏସଏଫଆଇ ତରଫରୁ ବ୍ରହ୍ମପୁରରେ ଜିଲ୍ଲାସ୍ତରୀୟ ସମ୍ମିଳନୀ

ସଂଗଠନର ସର୍ବଭାରତୀୟ ଯୁଗ୍ମ ସମ୍ପାଦିକା ତଥା ଜେଏନୟୁ ନେତ୍ରୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମ୍ବିଧାନ ବିରୋଧୀ, ଜନ ବିରୋଧୀ ନାଗରିକତା ସଂଶୋଧନ ଆଇନ, ଜାତୀୟ ନାଗରିକ ପଞ୍ଜିକା, ଜାତୀୟ ଜନସଂଖ୍ୟା ପଞ୍ଜିକା ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଆହ୍ବାନ କରିଥିଲେ l ଏହି ଅବସରରେ ସଂଗଠନର ପୂର୍ବତନ ରାଜ୍ୟ ସଭାପତି ସୁରେଶ ପାଣିଗ୍ରାହୀ, ରାଜ୍ୟ ଆବାହକ ବିପ୍ଳବ ମିଶ୍ର ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ନେତା ବସନ୍ତ ନନ୍ଦ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଶତାଧିକ ପ୍ରତିନିଧି ଯୋଗ ଦେଇ ଶିକ୍ଷା ସମସ୍ୟା ଉପରେ ଆନ୍ଦୋଳନ ପାଇଁ ପ୍ରସ୍ତାବ ଗୃହୀତ ହୋଇଛି l

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.