ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ କାର୍ଯ୍ୟରତ ଓଡ଼ିଆ ବିଭାଗର ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ପ୍ରସଙ୍ଗ । ଏନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଅଭିଯୋଗକାରିଣୀ । ଛାତ୍ରୀ ଜଣକ କହିଛନ୍ତି ଯେ, ଏନେଇ ସେ ଏତଲା ଦେବା ସହ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ । ହେଲେ ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିଲା ନାହିଁ ।
ସେପଟେ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆଗକୁ ଆସିଥିବା ଦୁଇ ବିଦ୍ୟାର୍ଥୀଙ୍କ ବିରୋଧରେ ସମ୍ପୃକ୍ତ ଅଧ୍ୟାପକ ଏତଲା ଦେବା ଏବଂ ସେମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆନଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ପିଡୀତା । ଦୁଇ ଛାତ୍ରଙ୍କୁ ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା ପାଇଁ ଅନୁମତି ଦେବାକୁ ସେ ଦାବୀ କରିଛନ୍ତି । ଯଦି ‘ମୋ ପାଇଁ ଛାତ୍ର ଦ୍ବୟ ପରୀକ୍ଷା ଦେଇପାରୁ ନାହାନ୍ତି, ତେବେ ସଂପୃକ୍ତ ପ୍ରଫେସରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ’ ବୋଲି ଦାବୀ କରିଛନ୍ତି ।
ପ୍ରଫେସର ଜଣଙ୍କ ବହି ଦେବାକୁ କହି କ୍ବଟର୍ସକୁ ଡାକିଥିଲେ । ପରେ ସେଠାରେ ସେ ଯୌନ ଶୋଷଣର ଶୀକାର ହୋଇଥିଲେ । ଏହାପରେ ସଂପୃକ୍ତ ପ୍ରଫେସର ଜଣକ ଧମକ ଚମକ ଦେଇଥିଲେ । ପରେ ଏନେଇ ସେ ନିଜ ସହପାଠୀ ତଥା ସାଙ୍ଗମାନଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ ବୋଲି କହିଛନ୍ତି ପିଡୀତା ।
ଇଟିିଭି ଭାରତ, ବ୍ରହ୍ମପୁର