ETV Bharat / city

World Sparrow Day: ବିଲୁପ୍ତପ୍ରାୟ ଘରଚଟିଆକୁ 3D ଚିତ୍ରରେ ଶୁଭେଚ୍ଛା ଦେଲେ ବାଲୁକାଶିଳ୍ପୀ - ଘରଚଟିଆ ସୁରକ୍ଷା ପାଇଁ ସଚେତନତା ବାର୍ତ୍ତା

ଆଜି ବିଶ୍ବ ଘରଚଟିଆ ଦିବସ । ଦିନକୁ ଦିନ ଏହି ପକ୍ଷୀ ବିଲୁପ୍ତ ହେବାକୁ ବସିଥିବା ବେଳେ 3D ଚିତ୍ର ମାଧ୍ୟମରେ ସଚେତନତା ବାର୍ତ୍ତା ଦେଲେ ବ୍ରହ୍ମପୁରର ବାଲୁକାଶିଳ୍ପୀ । ଅଧିକ ପଢନ୍ତୁ

ବିଶ୍ବ ଘରଚଟିଆ ଦିବସ: 3D ଚିତ୍ରରେ ସଚେତନତା ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ

author img

By

Published : Mar 20, 2022, 7:40 AM IST

Updated : Mar 20, 2022, 8:38 AM IST

ବ୍ରହ୍ମପୁର: କିଚିରି ମିତିରି ଚଟିଆ , ଧାନ ଜଗିଥିଲା ନଟିଆ, ନଟିଆ ଆଣିଲା ବାଡି ଚଟିଆଗଲା ଉଡି । ପିଲା ଦିନେ ଏହି କବିତାଟିକୁ ନିଶ୍ଚିତ ଭାବେ ସମସ୍ତେ ପଢିଥିବେ । ଏହି କବିତା ମନକୁ ଆସିଲେ ଘରଚଟିଆ କଥା ମନେପଡେ । ସକାଳୁ ଉଠିଲେ ଘର ଚଟିଆର କିଚିରି ମିଚିରି ଶବ୍ଦରେ ଫାଟି ପଡୁଥାଏ ଘର । ହେଲେ ଏବେ ସେହି କିଚିରି ମିଚିରି ଶବ୍ଦ ଆଉ ଶୁଣିବାକୁ ମିଳିନାହିଁ କି ଘର ଚଟିଆ ମଧ୍ୟ ଦେଖିବା ଯେପରି ସ୍ବପ୍ନ ହୋଇଗଲାଣି ।

World Sparrow Day: ବିଲୁପ୍ତପ୍ରାୟ ଘରଚଟିଆକୁ 3D ଚିତ୍ରରେ ଶୁଭେଚ୍ଛା ଦେଲେ ବାଲୁକାଶିଳ୍ପୀ

ଦିନକୁ ଦିନ ଏହି ବଂଶ ଲୋପ ହେବାକୁ ବସିଥିବା ବେଳେ ଏ ଦିଗରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖକୁ ଘରଚଟିଆ ଦିବସ ପାଳନ କରାଯାଉଛି । ପ୍ରତ୍ୟେକ ବର୍ଷ ଆଜିର ଦିନରେ ବିଶ୍ବ ଘରଚଟିଆ ଦିବସ ପାଳନ କରାଯାଉଥିବା ବେଳେ ବ୍ରହ୍ମପୁର ସହରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା 3D ଚିତ୍ର ମାଧ୍ୟମରେ ଘରଚଟିଆ କରି ସଚେତନତାର ବାର୍ତ୍ତା ଦେଇଛନ୍ତି । ଘର ଚଟିଆର ସୁରକ୍ଷା ତଥା ସଂରକ୍ଷଣ ଲାଗି ଏହି ଦିନଟି ସମର୍ପିତ ହୋଇଥିବାରୁ ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ କରିବା ପାଇଁ ଏଭଳି କରିଥିବା କହିଛନ୍ତି ବାଲୁକା ଶିଳ୍ପୀ।

ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବାରୁ ପକ୍ଷୀଙ୍କ ସୁରକ୍ଷା ପାଇଁ ସମସ୍ତେ ନିଜ ଘର ଦାଣ୍ଡ ଦୁଆରେ ଓ ଛାତ ଉପରେ ଘରଚଟିଆ ଏବଂ ଅନ୍ୟ ପକ୍ଷୀଙ୍କ ସୁରକ୍ଷା ପାଇଁ ଜଳ ପୂର୍ଣ୍ଣ ପାତ୍ର ରଖିବାକୁ ଆହ୍ବାନ କରିଛନ୍ତି ସତ୍ୟ ନାରାୟଣ । ତେବେ ବିଭିନ୍ନ ସ୍ଥାନରେ ସୁରକ୍ଷା ଓ ଜନସଚେତନତା କାରଣରୁ ବିଲୁପ୍ତ ଘରଚଟିଆ ପକ୍ଷୀର କଲରବଲର ପୁଣି ଥରେ ମଧ୍ୟ ଗାଁ ଦାଣ୍ଡରେ ମୁଖରିତ ହୋଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Mar 20, 2022, 8:38 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.