ETV Bharat / city

ପ୍ରବାସୀଙ୍କ ପାଇଁ ଅଧିକ ଶ୍ରମ ଦିବସ ସୃଷ୍ଟି: ଜିଲ୍ଲାପାଳ - ବ୍ରହ୍ମପୁର ଖବର

ବ୍ରହ୍ମପୁରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଉନ୍ନୟନମୂଳକ ଯୋଜନା ଗୁଡିକର ଅଗ୍ରଗତି ନେଇ ସମୀକ୍ଷା ବୈଠକ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଏହା ଅନୁଷ୍ଠିତ ହୋଇଯାଇଛି । ଅଧିକ ଖବର ପଢନ୍ତୁ...

ପ୍ରବାସୀଙ୍କ ଜୀବନ ଜୀବିକା ପାଇଁ ଅଧିକ ଶ୍ରମ ଦିବସ ସୃଷ୍ଟି ପାଇଁ କାର୍ଯ୍ୟପନ୍ଥା ସ୍ଥିର: ଜିଲ୍ଲାପାଳ

author img

By

Published : Nov 8, 2020, 8:11 AM IST

ବ୍ରହ୍ମପୁର: ପ୍ରବାସୀଙ୍କ ଜୀବନ ଜୀବିକା ପାଇଁ କାର୍ଯ୍ୟପନ୍ଥା ସ୍ଥିର । ସେମାନଙ୍କ ପାଇଁ କିଭଳି ଉନ୍ନତମାନର ଏବଂ ଯଥେଷ୍ଟ ସଂଖ୍ୟାରେ ଶ୍ରମ ଦିବସ ସୃଷ୍ଟି କରାଯାଇ ପାରିବ ସେ ଦିଗରେ ଦୃଷ୍ଟି ଦିଆଯାଉଛି । ଏନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକରେ ଆଲୋଚନା କରାଯାଇଛି ।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଉନ୍ନୟନମୂଳକ ଯୋଜନା ଗୁଡିକର ଅଗ୍ରଗତି ନେଇ ସମୀକ୍ଷା ବୈଠକ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଏହା ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମ୍ୟ ଗୃହ ନିର୍ମାଣ, ଓଡିଶା ଜୀବନ ଜୀବୀକା ମିଶନ୍, ରାଜ୍ୟ ଓ କେନ୍ଦ୍ର ଅର୍ଥ ଅନୁଦାନରେ କାର୍ଯ୍ୟ କରାଯାଇଥିବା ସମସ୍ତ ଯୋଜନା, ସ୍ବଚ୍ଛ ଭାରତ ମିଶନ୍ ଅଭିଯାନ ଯୋଜନା। ସେହିପରି ଆଶ୍ରମ ଦିବ୍ୟାଳୟ, ଅଙ୍ଗନଓ୍ବାଡି କେନ୍ଦ୍ର ଏବଂ ସରକାରୀ ବିଦ୍ୟାଳୟ ଗୁଡିକରେ ୧୦୦ ଦିନିଆ ଅଭିଯାନରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଯୋଜନାର କାର୍ଯ୍ୟକାରୀତା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ସର୍ବନିମ୍ନ ସ୍ବାସ୍ଥ୍ୟ ସୁବିଧା, ଶ୍ରମ ଦିବସ ସୃଷ୍ଟି ସମ୍ପର୍କିତ ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ସମୀକ୍ଷା ହୋଇଯାଇଛି ।

ଗ୍ରାମ ରୋଜଗାର ସେବକ ମାନଙ୍କ ଦ୍ବାରା ତଥ୍ୟ ସଂଗ୍ରହ କରାଯାଇ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅଧିକ ଶ୍ରମ ଦିବସ କିଭଳି ସୃଷ୍ଟି ହୋଇ ପାରିବ । ଏବଂ ପ୍ରବାସୀ ଶ୍ରମିକ ଗଣ ଜିଲ୍ଲାରେ ରହି କର୍ମନିଯୁକ୍ତି ପାଇ ପାରିବେ ସେ ଦିଗରେ ଦୃଷ୍ଟି ଦେବାକୁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇଥିଲେ ।

ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ ସମସ୍ତ ଉନ୍ନୟନମୂଳକ କର୍ଯ୍ୟର ସମୀକ୍ଷା କରିଥିଲେ । ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଳକ (ପ୍ରଶାସକ) ଜ୍ୟୋତି ଶଙ୍କର ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.