ETV Bharat / city

ବୁଲୁଛି ରାଜସ୍ବ ରଥ, ଲୋକଙ୍କ ଦ୍ୱାରରେ ପହଞ୍ଚାଉଛି ସେବା - Ganjam chariot service

ଗଞ୍ଜାମ ଜିଲ୍ଲାବ୍ୟାପି ପରିକ୍ରମା କରୁଛି ରାଜସ୍ବ ରଥ । ମହାମାରୀ ସମୟରେ ଜନସାଧାରଣଙ୍କ ହାତପାଆନ୍ତାରେ ବିଭିନ୍ନ ରାଜସ୍ବ ସେବା ଯୋଗାଇ ଦେବାକୁ ଏହି ରଥ ଆରମ୍ଭ ହୋଇଛି l ଅଧିକ ପଢନ୍ତୁ...

Ganjam
Ganjam
author img

By

Published : May 14, 2021, 6:48 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାବ୍ୟାପୀ ପରିକ୍ରମା କରୁଛି ରାଜସ୍ବ ରଥ । ବିଭିନ୍ନ ଗ୍ରାମକୁ ପରିକ୍ରମା କରି ସାଧାରଣ ଲୋକଙ୍କ ଦ୍ବାର ନିକଟରେ ପହଞ୍ଚାଯାଉଛି ବିଭିନ୍ନ ସେବା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କୋଭିଡ୍ ମହାମାରୀ ସମୟରେ ଜନସାଧାରଣଙ୍କ ହାତପାଆନ୍ତରେ ବିଭିନ୍ନ ରାଜସ୍ବ ସେବା ଯୋଗାଇ ଦେବାକୁ କୁକୁଡାଖଣ୍ଡି ତହସିଲ ପକ୍ଷରୁ ରାଜସ୍ବ ରଥ ଆରମ୍ଭ ହୋଇଛି ।

ବୁଲୁଛି ରାଜସ୍ବ ରଥ,  ଲୋକଙ୍କ ଦ୍ୱାରରେ ପହଞ୍ଚାଉଛି ସେବା

22 ପଞ୍ଚାୟତ ବିଶିଷ୍ଟ ଏହି ତହସିଲରେ ଆସନ୍ତା ୩୧ ତାରିଖ ଯାଏଁ ଏହି ରଥ ବିଭିନ୍ନ ଗ୍ରାମ ପରିକ୍ରମା କରିବ l ରାଜସ୍ୱ ରଥ ମାଧ୍ୟମରେ ଦକ୍ଷିଣପୁର ଏବଂ ଲାଞ୍ଜିଆ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବୁଲି କିସମ ପରିବର୍ତ୍ତନ ପଟ୍ଟା ଏବଂ ଆୟ, ଜାତି ତଥା ଉତ୍ତରାଧିକାରୀ ପ୍ରମାଣପତ୍ର ଲୋକଙ୍କ ଦ୍ୱାରମୁହଁରେ ଯୋଗାଇ ଦିଆଯାଇଛି । ରାଜସ୍ବ ରଥକୁ ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ ଏବଂ ଅତିରିକ୍ତ ତହସିଲଦାର ଗୋଲୋକ ବିହାରୀ ସାହାଣୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ସେହିପରି ବ୍ରହ୍ମପୁର ଉପକଣ୍ଠ ଦିଗପହଣ୍ଡିରେ ରାଜସ୍ବ ରଥକୁ ଶୁଭାରମ୍ଭ କରିଛନ୍ତି ତହସିଲଦାର ଅଦୈତ୍ୟ କୁମାର ସ୍ୱାଇଁ l ଏହି ପରିପ୍ରେକ୍ଷୀରେ ରଥଟି ପ୍ରଥମ ଦିନରେ ଦିଗପହଣ୍ଡି ବ୍ଲକର ଅଙ୍କୋରଡା ପଂଚାୟତର ବିଭିନ୍ନ ଅଞ୍ଚଳ ବୁଲିଛି l

ଚଳିତ ମାସରେ ରଥ ମାଧ୍ୟମରେ ଲୋକଙ୍କ ଆବଶ୍ୟକତା ଅନୁସାରେ ଦିଗପହଣ୍ଡି ତହସିଲ ଅଧିନସ୍ଥ ସମସ୍ତ ପଞ୍ଚାୟତରେ ସେମାନଙ୍କ ଘର ନିକଟକୁ ଯାଇ ଘରବାରୀ ପଟ୍ଟା , ଗ୍ରାମକଣ୍ଟକ, ମ୍ଯୁଟେସନ, ଇପାଉଚି, ଜାତିଗତ ପ୍ରମାଣପତ୍ର, ବାସିନ୍ଦା ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ତହସିଲଦାର କହିଛନ୍ତି । ସୂଚନାଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିବା ରାଜସ୍ୱ ରଥ କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସ୍ୱାଗତ କରିବା ସହ ଏହାକୁ ଅନ୍ୟ ଜିଲ୍ଲାରେ ପ୍ରୟୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.