ETV Bharat / city

ଅଭିଯୁକ୍ତକୁ ଗିରଫ ଦାବିରେ ରମ୍ଭା ଥାନା ଘେରାଉ - rambha police station ghrerau

ଅଭିଯୁକ୍ତକୁ ଗିରଫ ଦାବିରେ ରମ୍ଭା ଥାନା ଘେରାଉ । ଗତ କିଛି ଦିନ ତଳେ ଏକ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ହୋଇଥିଲା ଉଦ୍ଧାର । ଅଧିକ ପଢନ୍ତୁ....

Rambha police cordoned off the area demanding the arrest of the accused
ଅଭିଯୁକ୍ତକୁ ଗିରଫ ଦାବିରେ ରମ୍ଭା ଥାନା ଘେରାଉ
author img

By

Published : Sep 18, 2020, 7:23 AM IST

ବ୍ରହ୍ମପୁର: ଅଭିଯୁକ୍ତକୁ ଗିରଫ ଦାବିରେ ରମ୍ଭା ଥାନା ଘେରାଉ କଲେ ମହିଳା । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ, ଗଞ୍ଜାମ ନିମଶାଳା ଗାଁର ଜଣେ ମହିଳାଙ୍କ ମୃତଦେହ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏନେଇ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଥିଲା । ପୋଲିସର କାର୍ଯ୍ୟଶୈଳୀକୁ ନେଇ ଘେରିଥିଲେ ମହିଳା ମାନେ ।

ଅଭିଯୁକ୍ତକୁ ଗିରଫ ଦାବିରେ ରମ୍ଭା ଥାନା ଘେରାଉ

ଏପରିକି, ନ୍ୟାୟ ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବା ପରେ ସ୍ଥାନୀୟ ମହିଳାଙ୍କ ସହ ପରିବାର ବର୍ଗ ପ୍ରତିବାଦ ସ୍ବରୂପ ଏପରି ପଦକ୍ଷେପ ଗ୍ରହଣ କରିଥିଲେ । ଥାନାଧିକାରୀ ଅଭିଯୁକ୍ତଙ୍କୁ ଗିରଫ କରିବା ପ୍ରତିଶ୍ରୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ସେପଟେ, ମହିଳାଙ୍କ ମୃତଦେହ ମିଳିବା ଦିନ ଗାଁରେ ଏକ ବୈଠକ ଡକାଯାଇଥିଲା । ମହିଳାଙ୍କ ସହିତ ସେହି ଗାଁର ଜଣେ ଯୁବକଙ୍କ ସମ୍ପର୍କ ଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ବୈଠକରେ ଏହି ଘଟଣା ନେଇ ଆଲୋଚନା ହେବାକୁ ଥିବା ବେଳେ ଅଭିଯୁକ୍ତ ଉପସ୍ଥିତ ନଥିବା ଦେଖାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.