ETV Bharat / city

ଜୁଆଆଡ୍ଡା ଉପରେ ଚଢ଼ାଉ, 3 ଜୁଆଡି ଗିରଫ - ଜୁଆଆଡ୍ଡା ଉପରେ ପୋଲିସ ଚଢ଼ାଉ

ଜୁଆଆଡ୍ଡା ଉପରେ ପୋଲିସର ଅତର୍କିତ ଚଢ଼ାଉ । ଏହି ସମୟରେ 3 ଜଣ ଜୁଆଡି ଗିରଫ । ଗିରଫ ଜୁଆଡିଙ୍କ ନିକଟରୁ ନଗଦ ୧୨ ହଜାର ୫୨୦ ଟଙ୍କା ଏବଂ 3 ପ୍ୟାକେଟ୍ ତାସ ଜବତ କରାଯାଇଛି । ଅଧିକ ଖବର ପଢନ୍ତୁ...

ଜୁଆଆଡ୍ଡା  ଉପରେ ଚଢ଼ାଉ
ଜୁଆଆଡ୍ଡା ଉପରେ ଚଢ଼ାଉ
author img

By

Published : Nov 13, 2020, 9:55 AM IST

ବ୍ରହ୍ମପୁର: ଜୁଆଆଡ୍ଡା ଉପରେ ପୋଲିସର ଅତର୍କିତ ଚଢ଼ାଉ । ଏହି ସମୟରେ 3 ଜଣ ଜୁଆଡି ଗିରଫ । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ପୋଲିସ ପକ୍ଷରୁ ଦିଗପହଣ୍ଡି ବ୍ଳକ କଇଠଡା ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମରେ ଅତର୍କିତ ଚଢ଼ାଉ କରାଯାଇଥିଲା । ଗିରଫ ଜୁଆଡିଙ୍କ ନିକଟରୁ ନଗଦ ୧୨ ହଜାର ୫୨୦ ଟଙ୍କା ଏବଂ 3 ପ୍ୟାକେଟ୍ ତାସ ଜବତ କରାଯାଇଛି ।

ଗିରଫ ମାନଙ୍କ ମଧ୍ୟରେ ଦିଗପହଣ୍ଡି ଥାନା କଲ୍ୟାଣପୁର ଗ୍ରାମର କୁନା ଦୋରା , ଗୁହାଳପୁର ଗ୍ରାମର ରବି ସେଠୀ ଓ ଦୁଆର ଗାଁର ରବି ପାତ୍ର ବୋଲି ଜଣାପଡିଛି । ସୂଚନାନୁଯାୟୀ ପାର୍ବଣ ଋତୁ ଶେଷ ପରେ ମଧ୍ୟ ବିଭିନ୍ନ ସ୍ଥାନରେ ବହୁ ବ୍ୟକ୍ତିବିଶେଷ ପୋଲିସକୁ ବେଖାତିର କରି ଜୁଆ ଖେଳରେ ସାମିଲ ରହୁଥିବା ଦେଖିବାକୁ ମିଳିଛି ।

ବିଶେଷ କରି ଗ୍ରାମରେ ଜୁଆଖେଳ ଚାଲିଥିବା ଖବର ପାଇ ଦିଗପହଣ୍ଡି ପୋଲିସ ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ମାନେ କୈାଶଳକ୍ରମେ ଉକ୍ତ ଜୁଆଖେଳ ଉପରେ ଚଢ଼ାଉ କରିଥିବା ଜଣାପଡ଼ିଛି । ପୋଲିସର ଏଭଳି ଚଢ଼ାଉ ସମୟରେ ୫ ରୁ ୬ ଜୁଆଡି ଗିରଫ ଭୟରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ୩ ଜଣ ଜୁଆଡି ପୋଲିସ ଧରିବାରେ ସକ୍ଷମ ହୋଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.