ବ୍ରହ୍ମପୁର: ରାଜ୍ୟରେ କୋଭିଡର ଦ୍ବିତୀୟ ଲହରକୁ ନେଇ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଜାରି ରହିଛି ଲକଡାଉନ । ଆଉ ଏଭଳି ସମୟରେ ଗରିବ ଓ ଅସହାୟଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଛତ୍ରପୁର ଅଞ୍ଚଳରେ ଆଗେଇ ଆସିଛନ୍ତି ରାଜ୍ୟ ଛାତ୍ର ବିଜେଡ଼ି ରାଜ୍ୟ ସମ୍ପାଦକ ।
ରାଜ୍ୟ ସମ୍ପାଦକ ବିଭୂତି ଭୂଷଣ ସ୍ବାଇଁଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଚାଉଳ ପକେଟ ସମେତ ଦୁଇ ହଜାର ଟଙ୍କା ଏବଂ ରାଶନ ସାମଗ୍ରୀ ଛତ୍ରପୁର ସ୍ଥିତ ପୋଡାପଦର ପଞ୍ଚାୟତର ହୁମ୍ବର ଗ୍ରାମରେ ପ୍ରଦାନ କରାଯାଇଥିଲା । ଗରିବ ଓ ଅସହାୟ ବ୍ୟକ୍ତି ବିଶେଷଙ୍କୁ ଏଭଳି ସମୟରେ ଏହି ସହାୟତା ଅନେକ ସହଯୋଗ ହେବ । ଏହି ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମରେ ଗଜେନ୍ଦ୍ର ପଲାଇ, ଦୁର୍ଗାଚରଣ ପଲାଇ, ଅଭିରାମ ବାରିକ ଓ ପୂର୍ବତନ ସମିତିସଭ୍ୟ ସୂର୍ଯ୍ୟନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ରହି ଏଭଳି ଗରୀବଙ୍କୁ ସହାୟତା ନେଇ ପ୍ରଶଂସା କରାଯାଇଥିଲା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ