ବ୍ରହ୍ମପୁର: ବ୍ରହ୍ମପୁର ରେଳଷ୍ଟେସନରୁ ଟ୍ରେନ ଚଳାଚଳ ସ୍ବାଭାବିକ କରିବା ପାଇଁ ଦାବି କରି ଭାରତୀୟ ବିକାଶ ପରିଷଦ ପକ୍ଷରୁ ଷ୍ଟେସନ ସମ୍ମୁଖରେ ପ୍ରତିବାଦ କରାଯାଇଛି । ଗତ ଜୁଲାଇ ମାସ ଠାରୁ ରେଳଷ୍ଟେସନରେ ସମସ୍ତ ଟ୍ରେନ ରହଣୀକୁ ସରକାରଙ୍କ ପକ୍ଷରୁ ସ୍ଥଗିତ ରଖାଯାଇଥିଲା ।
ଏହାପରେ ଅନେକଥର ଟ୍ରେନ ଚଳାଚଳ ସ୍ବାଭାବିକ କରି ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସରକାରଙ୍କୁ ଅବଗତ କରିଥିଲେ ମଧ୍ୟ କୈଣସି ସୁଫଳ ନମିଳିବାରୁ ଶେଷରେ ଏପରି ପ୍ରତିବାଦ କରାଯାଇଛି । ଏନେଇ ରେଳଷ୍ଟେସନ ସମ୍ମୁଖରେ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ