ETV Bharat / city

ଚିକିଟିରେ ନିର୍ବାଚନୀ ହିଂସା: ବିଜେପି-ବିଜେଡି ମୁହାଁମୁହିଁ - post poll violence

ନିର୍ବାଚନ ପରିବର୍ତ୍ତୀ ହିଂସାକୁ ନେଇ ଏବେ ସରଗରମ ହୋଇଉଠିଛି ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନମଣ୍ଡଳୀ ରାଜନୀତି। ଏଭଳି ଘଟଣାରେ ବିଜେଡି ଜଡିତ ଥିବା ନେଇ ଗୁରୁତର ଅଭିଯୋଗ ଆଣିଛି ବିଜେପି।

ଡିଜାଇନ ଫଟୋ
author img

By

Published : Apr 15, 2019, 2:07 PM IST

ବ୍ରହ୍ମପୁର: ପ୍ରାକ ନୁହେଁ ଏବେ ପରବର୍ତ୍ତୀ ନିର୍ବାଚନୀ ହିଂସାରେ ଜଳୁଛି ଗଞ୍ଜାମ । ଯାହାକୁ ନେଇ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି ଉଭୟ ବିଜେଡି ଏବଂ ବିଜେପି । ନିର୍ବାଚନୀ ହିଂସାରେ ବିଜେଡି ଜଡିତ ଥିବାର ଅଭିଯୋଗ ଆଣି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ଏବେ ନିର୍ବାଚନୀ ହିଂସାକାଣ୍ଡକୁ ନେଇ ସରଗରମ ରହିଛି ଜିଲ୍ଲାର ଚିକିଟି ବିଧାନସଭା ।

ଚଳିତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଏଠାରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ଏହି ନିର୍ବାଚନମଣ୍ଡଳୀ ଅଧିନସ୍ଥ ପାତ୍ରପୁର ଓ ଚିକିଟି ବ୍ଳକର ବିଭିନ୍ନ ସ୍ଥାନ ଏବଂ ଏନଏସିରେ ଆକ୍ରୋଶମୂଳକ ଭାବେ ମାରଣାତ୍ମକ ଆକ୍ରମଣ କରାଯାଉଛି । ଏ ଘଟଣାରେ ବିଜେଡି ଦଳର ନେତୃବୃନ୍ଦଙ୍କ ସମ୍ପୃକ୍ତି ରହିଛି। ବ୍ରହ୍ମପୁର ଠାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛି ବିଜେପି ।

ଗତ ୧୦ ତାରିଖରେ ଖରଣୀପଡା ପଞ୍ଚାୟତରେ ନରସିଂହ ପ୍ରଧାନଙ୍କୁ ଆକ୍ରମଣ କରା ଯାଇଥିବା ବେଳେ ନିର୍ବାଚନ ଦିନ ନନ୍ଦିଗା ଗ୍ରାମରେ ରାଜେନ୍ଦ୍ର ବେହେରାଙ୍କ ଘର ଭିତରେ ପଶି ଲୁଟତରାଜ କରିବା ସହିତ ମାରପିଟ୍ ମଧ୍ୟ କରିଥିଲେ । ସେହିପରି ନିର୍ବାଚନ ଶେଷ ପରେ ସେହି ଦିନ ରାତିରେ ଚାରି ଜଣଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ ଦନାର୍ଦ୍ଧନ ପ୍ରଧାନଙ୍କୁ ଗୁରୁତର ଆଘାତ ଲାଗିଥିଲା । ନିର୍ବାଚନ ସମୟରେ ଏଭଳି ଘଟଣା ଘଟୁଛି । ପୋଲିସ ବିଭାଗ ଏହା ଉପରେ ଗୁରୁତ୍ବ ଦେଇ ଏଥିରେ ଜଡିତ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା. ବ୍ରହ୍ମପୁର

ଏହାକୁ ଛାଡି ନିର୍ବାଚନ ଦିନ ଦୁଇ ଦୁଇଟି ସ୍ଥାନରେ ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ ହୋଇଥିବା ନେଇ ଥାନାରେ ମାମଲା ରୁଜ ହୋଇଥିବା ବେଳେ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବରେ ଏକ ସ୍ମାରକପତ୍ର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ନିର୍ବାଚନ ପରେ ବିଜେପି ଦଳର ଏଜେଣ୍ଟ ହୋଇଥିବାରୁ ଗୋବିନ୍ଦପୁର ଗ୍ରାମର 6ଟି ପରିବାରକୁ ଗ୍ରାମ୍ୟ କମିଟି ପକ୍ଷରୁ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କୁହାଯାଉଛି। ପାଟିସୁନାପୁର ଗ୍ରାମର ଜି.ଦେବେନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଗ୍ରାମରୁ ବାସନ୍ଦ କରାଯାଇଛି। ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଈଟିଭି ଭାରତ

YOGI_ADITYA
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.