ETV Bharat / city

ବ୍ରହ୍ମପୁର ବିଭିନ୍ନ ସ୍ଥାନରୁ ନକଲି ବିଦେଶୀ ମଦ ଜବତ, ୪ ଗିରଫ

author img

By

Published : Apr 24, 2022, 8:57 PM IST

ଗଞ୍ଜାମ ଜିଲ୍ଲାରେ ନକଲି ମଦ କାରବାର ରୋକିବା ପାଇଁ ଜାରି ରହିଛି ପ୍ରୟାସ । ଏହାରି ମଧ୍ୟରେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରୁ ନକଲି ମଦ ଜବତ ସହ ୪ ଜଣ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ

ବ୍ରହ୍ମପୁର ବିଭିନ୍ନ ସ୍ଥାନରୁ ନକଲି ବିଦେଶୀ ମଦ ଜବତ, ୪ ଗିରଫ
ବ୍ରହ୍ମପୁର ବିଭିନ୍ନ ସ୍ଥାନରୁ ନକଲି ବିଦେଶୀ ମଦ ଜବତ, ୪ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରୁ ନକଲି ବିଦେଶୀ ମଦ ଜବତ କରାଯାଇଛି । ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବିପୁଳ ପରିମାଣର ମଦ ଜବତ କରାଯାଇଛି । ଅବକାରୀ ବିଭାଗର କମିଶନର ଆଶିଷ କୁମାର ସିଂ ଏବଂ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ସହରରେ ନକଲି ମଦ କାରବାରକୁ ରୋକିବା ପାଇଁ ଏଭଳି ଚଢାଉ ଜାରି ରହିଛି ।

ମଦ କାରବାରକୁ ରୋକିବା ପାଇଁ କ୍ରମାଗତ ଭାବରେ ଚଢ଼ାଉ କରାଯାଇଥିବା ବେଳେ ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି । ବିଶେଷ ସୁତ୍ରରୁ ଖବର ପାଇ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ବ୍ରହ୍ମପୁର ସହର ଉପକଣ୍ଠ ବାଲିପଡା ଅଞ୍ଚଳରେ ଚଢ଼ାଉ କରିଥିଲେ । ପ୍ରଥମେ ଏଭଳି ନକଲି ଚୋରାମଦ କାରବାର ଘଟଣାରେ ସଂପୃକ୍ତ ରହିଥିବା ଅଭିଯୁକ୍ତ ଦୀପକ ପ୍ରଧାନଙ୍କୁ ଗିରଫ କରିବା ପରେ ତା ନିକଟରୁ ନକଲି ମଦ ଧରାପଡିଥିଲା । ଏହା ପରେ ଗିରଫ ଦୀପକର ଲିଙ୍କରେ ରହିଥିବା ରାଜାରାମ ସାହୁଙ୍କୁ ଗିରଫ କରିଥିଲେ ଟିମ ।

ତେବେ ଏହାର ଚେର ବ୍ରହ୍ମପୁର ସହରରେ ରହିଥିବା ଖବର ପାଇ ଅବକାରୀ ଟିମ୍ ଉକ୍ତ ଘଟଣାର ତଦନ୍ତ କରି ବ୍ରହ୍ମପୁର ଲୋଚାପଡା ଅଞ୍ଚଳରେ ନକଲି ମଦ ପ୍ରସ୍ତୁତ କରାଯାଉଥିବା ଜାଣବାକୁ ପାଇଥିଲେ । ପରେ ଦ୍ବିପନ ସାହୁଙ୍କ ଘର ଉପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀ ମଦ ସହ ମଦ ପ୍ରସ୍ତୁତ କରାଯାଉଥିବା ସାମଗ୍ରୀ ଜବତ କରାଯାଇଥିଲା । ପରେ ଏହି ଟିମ ସହରର ଆସିକା ରୋଡ ସ୍ଥିତ ସୂର୍ଯ୍ୟ ନାରାୟଣ ପ୍ରଧାନଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲା । ସେଠାରେ ଗଚ୍ଛିତ ଥିବା ନକଲି ବିଦେଶୀ ମଦକୁ ଜବତ କରି ସୂର୍ଯ୍ୟଙ୍କୁ ଗିରଫ କରିଥିଲା । ବ୍ରହ୍ମପୁର ସହରରେ ଏଭଳି ନକଲି ମଦ କାରବାରରେ ରୋକ ଲଗାଇବାକୁ ଅବକାରୀ ବିଭାଗର ଉଦ୍ୟମ ଜାରି ରହିଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.