ବ୍ରହ୍ମପୁର: ଶାରଦୀୟ ପୂଜା ଆସିଲେ ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁର ସହରରେ ଜମିଥାଏ ଜୁଆ ଆଡ୍ଡା । ଏହାକୁ ନେଇ ଗତ କିଛିଦିନ ଧରି ପୋଲିସ ପକ୍ଷରୁ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଉଛି । ଗୁରୁବାର ରାତିରେ ସହରର ଭିମାରାଓ ପେଟାରେ ଚାଲିଥିବା ଏକ ବଡ ଧରଣର ଜୁଆ ଖେଳ ଉପରେ ଅତର୍କିତ ଚଢ଼ାଉ କରାଯାଇ ୧୫ ଜୁଆଡିଙ୍କୁ ଗିରଫ କରିଛି ପୋଲିସ ।

ଏହସହ ନଗଦ ୭ ଲକ୍ଷ ୬୮ ହଜାର ଟଙ୍କା ଏବଂ ୧୬ ଟି ମୋବାଇଲ ସହ 5ଟି ମୋଟର ସାଇକେଲ ଜବତ କରାଯାଇଛି । ଟାଉନ ଥାନା ପୋଲିସ ପକ୍ଷରୁ ଏହି ଚଢାଉ କରାଯାଇଥିବା ବେଳେ ଶୁକ୍ରବାର ଗିରଫଦାରୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବ୍ରହ୍ମପୁର ଏସଡିପି ଓ ସୂଚନା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ