ETV Bharat / city

ବ୍ରହ୍ମପୁର ଗସ୍ତରେ ପୋଲିସ ଡିଜି, ସୁରକ୍ଷା ବ୍ୟବସ୍ଥାର କଲେ ଅନୁଧ୍ୟାନ - Police DG

ରାଜ୍ୟରେ ଦିନକୁ ଦିନ କୋରୋନା ପଜେଟିଭିଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଗଞ୍ଜାମ ଜିଲ୍ଲାରେ ପ୍ରବାସୀ ଓଡିଆ ସୁରଟ ଫେରନ୍ତାଙ୍କ ମଧ୍ୟରେ ଏହି ସଂଖ୍ୟା ମାତ୍ରାଧିକ ଭାବରେ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ବ୍ରହ୍ମପୁର ଗସ୍ତ କରି କିଭଳି ରହିଛି ଜିଲ୍ଲାର ସୁରକ୍ଷା ବ୍ୟବସ୍ଥା ତାହାକୁ ଅନୁଧ୍ୟାନ କରିଛନ୍ତି ।

Police DG visit to Berhampur
ବ୍ରହ୍ମପୁର ଗସ୍ତରେ ପୋଲିସ ଡିଜି, ସୁରକ୍ଷା ବ୍ୟବସ୍ଥାର କଲେ ଅନୁଧ୍ୟାନ
author img

By

Published : May 10, 2020, 6:10 PM IST

ବ୍ରହ୍ମପୁର: ରାଜ୍ୟରେ ଦିନକୁ ଦିନ କୋରୋନା ପଜେଟିଭିଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଗଞ୍ଜାମ ଜିଲ୍ଲାରେ ପ୍ରବାସୀ ଓଡିଆ ସୁରଟ ଫେରନ୍ତାଙ୍କ ମଧ୍ୟରେ ଏହି ସଂଖ୍ୟା ମାତ୍ରାଧିକ ଭାବରେ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ବ୍ରହ୍ମପୁର ଗସ୍ତ କରି କିଭଳି ରହିଛି ଜିଲ୍ଲାର ସୁରକ୍ଷା ବ୍ୟବସ୍ଥା ତାହାକୁ ଅନୁଧ୍ୟାନ କରିଛନ୍ତି ।

ବ୍ରହ୍ମପୁର ଗସ୍ତରେ ପୋଲିସ ଡିଜି, ସୁରକ୍ଷା ବ୍ୟବସ୍ଥାର କଲେ ଅନୁଧ୍ୟାନ

ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ପୋଲିସ ଡି.ଆଇ.ଜିଙ୍କ କାର୍ଯ୍ୟାଳୟରେ ମହାନିର୍ଦ୍ଦେଶକ ଅଭୟ ପହଞ୍ଚି ବ୍ରହ୍ମପୁର ଡିଆଇଜି ସତ୍ୟବ୍ରତ ଭୋଇଙ୍କ ସମେତ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର ଏବଂ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଛନ୍ତି ।

ପରେ ଓଡିଶା ଓ ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରେ ହୋଇଥିବା ପୋଲିସ ବିଭାଗର ଚେକ୍ ପଏଣ୍ଟରେ ପହଞ୍ଚି ସମସ୍ତ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ । ମହାନିର୍ଦ୍ଦେଶକଙ୍କ ଏହି ଗସ୍ତ ଅବସରରେ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.