ETV Bharat / city

ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯ୍ୟାତନା ଘଟଣା:ପ୍ରତିକ୍ରିୟା ରଖିଲେ ପିଜି କାଉନସିଲ ଅଧ୍ୟକ୍ଷ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଦେବାକୁ ଦୁଇ ଛାତ୍ରଙ୍କୁ ଅନୁମତି ଦେଲେ ନାହିଁ କତ୍ତୃପକ୍ଷ । ସେହିପରି ବିଶ୍ବବିଦ୍ୟାଳୟ ଛାତ୍ରୀ ଯୌନ ନିର୍ଯ୍ୟାତନା ଘଟଣା ଉପରେ ଆଜି ଆଇସିସି ବୈଠକରେ ବିଚାର ବିମର୍ଷ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ପିଜି କାଉନସିଲ ଅଧ୍ୟକ୍ଷ ପ୍ରତାପ ମହାନ୍ତି । ଅଧିକ ପଢନ୍ତୁ

author img

By

Published : Jul 18, 2022, 10:44 PM IST

ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଘଟଣା:ପ୍ରତିକ୍ରିୟା ରଖିଲେ ପିଜି କାଉନସିଲ ଅଧ୍ୟକ୍ଷ

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଚତୁର୍ଥ ସେମିଷ୍ଟାର ପରୀକ୍ଷାରୁ ଦୁଇ ଛାତ୍ରଙ୍କୁ ଅନୁମତି ନ ମିଳିବା ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପିଜି କାଉନସିଲ ଅଧ୍ୟକ୍ଷ ପ୍ରତାପ ମହାନ୍ତି । ସେ କହିଛନ୍ତି ଗତ ୩୦ ତାରିଖରେ ଶୃଙ୍ଖଳାଗତ କମିଟି ଦୁଇଛାତ୍ରଙ୍କ ବିରୋଧରେ ନେଇଥିବା କାର୍ଯ୍ୟାନୁଷ୍ଠାନ ପୂର୍ବ ଭଳି କଟକଣା ଜାରି ରହିବ । ଉଭୟ ଛାତ୍ରଙ୍କୁ କ୍ୟାମ୍ପସ ବାରଣ କରାଯାଇଥିବା ବେଳେ ପରୀକ୍ଷାରୁ ମଧ୍ୟ ବଞ୍ଚିତ ରହିବେ ।

ଏହାବି ପଢନ୍ତୁ: ଚତୁର୍ଥ ସେମିଷ୍ଟାର ପରୀକ୍ଷା ଦେବାକୁ ଦୁଇ ଛାତ୍ରଙ୍କୁ ମିଳିଲାନି ଅନୁମତି

ସେହିପରି ଛାତ୍ରୀ ଜଣକ ବିଭାଗୀୟ ଓଡିଆ ପ୍ରଫେସର ସଦାନନ୍ଦ ନାୟକଙ୍କ ବିରୋଧରେ ଆଣିଥିବା ଯୌନ ନିର୍ଯ୍ୟାତନା ଉପରେ ମଧ୍ୟ ସେ ମତ ରଖିଛନ୍ତି । ସଂପୃକ୍ତ ପ୍ରଫେସରଙ୍କ ବିରୋଧରେ ଛାତ୍ରୀ ଜଣଙ୍କ ବିଶ୍ବ ବିଦ୍ୟାଳୟରେ ବିଳମ୍ବରେ ଅଭିଯୋଗ କରିଥିଲେ । ଅଭିଯୋଗ ଥାନାରେ ହୋଇଥିଲା । ଏଣୁ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଆଜି ଶୃଙ୍ଖଳାଗତ କମିଟି ବସି ଏନେଇ ଆଲୋଚନା କରିବେ ବୋଲି କହିଛନ୍ତି । ଆଇସିସି ବୈଠକରେ ସମ୍ପୃକ୍ତ ଅଧ୍ୟାପକଙ୍କ କାରଣ ଦର୍ଶାଅ ନୋଟିସ ଉପରେ ବିଚାର ବିମର୍ଷ ହେବ । ଏହାପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ।

ଇଟିଭି ଭାରତ,ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.