ବ୍ରହ୍ମପୁର: ସହରର ଶୀତଳାପଲ୍ଲୀ ଠାରେ ରହିଥିବା କୋଭିଡ୍ କେୟାର ସେଣ୍ଟରରେ ଅବ୍ୟବସ୍ଥା । ସେଠାରେ ରହିଥିବା କିଛି ବ୍ୟକ୍ତି ବିଶେଷ ସେମାନେ ରହୁଥିବା କୋଠରୀ ନିକଟରେ ଚିକିତ୍ସିତ ହେଉଥିବା ବ୍ୟକ୍ତିବିଶେଷଙ୍କ ଖାଇବା ଥାଳି ସହ ବଳକା ଖାଦ୍ୟ ଫୋପଡାଯାଉଛି । ବାରମ୍ବାର ସେଠାରେ ଏମିତି ପକାଇ ରଖାଯାଉଥିବାରୁ ପରିବେଶ ଦୁର୍ଗନ୍ଧ ହେଉଥିବା ଜଣାପଡିଛି । କେବଳ ଏତିକି ନୁହେଁ ପାନୀୟ ଜଳ ବହୁ ବିଳମ୍ବରେ ମିଳୁଥିବା ବେଳେ ଏବଂ ପାଇଖାନା ବ୍ୟବହାର ପାଇଁ ପାଣି ସଠିକ୍ ଭାବରେ ଆସୁନଥିବା ଅଭିଯୋଗ ହୋଇଛି ।
ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ଦାୟିତ୍ବରେ ରହିଥିବା କର୍ମଚାରୀଙ୍କୁ ଅବଗତ କଲେ ମଧ୍ୟ କେହି ଶୁଣୁନଥିବା ନେଇ ଏହି ଭିଡିଓ ମାଧ୍ୟମରେ ଅବଗତ କରିଛନ୍ତି ସେଠାକାର ବ୍ୟକ୍ତିବିଶେଷ । ତେବେ ଏହି ଭାଇରାଲ ଭିଡିଓ ମାଧ୍ୟମରେ କଣ ଅଭିଯୋଗ କରୁଛନ୍ତି ଶୁଣନ୍ତୁ...
ବ୍ରହ୍ମୁପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ