ETV Bharat / city

SDJM କୋର୍ଟରେ ହାଜର ହେଲେ ପାଠକ ବାପା-ପୁଅ, ଦିନିକିଆ ରିମାଣ୍ଡରେ ନେବ ପୋଲିସ

author img

By

Published : Feb 11, 2021, 6:48 PM IST

ତିନୋଟି ମାମଲାରେ ଆଇଏଫଏସ ଅଧିକାରୀ ଅଭୟ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି । ଅଧିକ ପଢନ୍ତୁ...

pathak father and son duo
ଆଇଏଫଏସ ଅଧିକାରୀ ଅଭୟ ପାଠ

ବ୍ରହ୍ମପୁର: ତିନୋଟି ମାମଲାରେ ଆଇଏଫଏସ ଅଧିକାରୀ ଅଭୟ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି । ବ୍ରହ୍ମପୁର ପୋଲିସ ଜିଲ୍ଲାର ଗୋଳନ୍ଥରା ଥାନାରେ ପୂର୍ବରୁ ରୁଜୁ ହୋଇଥିବା ତିନୋଟି ମାମଲାରେ ରିମାଣ୍ଡ ନେବା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା । କୋର୍ଟର ଅନୁମତି ପ୍ରକାରେ ବାପା–ପୁଅଙ୍କୁ ବ୍ରହ୍ମପୁରରେ ହାଜର କରାଯାଇଛି । ଏ ନେଇ ବ୍ରହ୍ମପୁର ପୋଲିସର ସ୍ବତନ୍ତ୍ର ଏସକର୍ଟ ଟିମ୍ ରାଜଧାନୀ ଭୁବନେଶ୍ବରରେ ପହଞ୍ଚି ଝାରପଡା ଜେଲରେ ବାପା ଓ ପୁଅଙ୍କୁ ଆଣି କୋର୍ଟରେ ହାଜର କରାଇବା ପରେ ବ୍ରହ୍ମପୁର ମଣ୍ଡଳ କାରଗାରକୁ ପଠାଇ ଦିଆଯାଇଛି ।

SDJM କୋର୍ଟରେ ହାଜର ହେଲେ ପାଠକ ବାପା-ପୁଅ, ଦିନିକିଆ ରିମାଣ୍ଡରେ ନେବ ପୋଲିସ

ସେପଟେ ବ୍ରହ୍ମପୁର ପୋଲିସ ପକ୍ଷରୁ ହାଜର କରାଯାଇଥିବା ବାପା ଓ ପୁଅଙ୍କ ନାମ ଏତଲାରେ ନଥିବାବେଳେ ଜଣେ ଆଇଏଫଏସ୍ ଅଧିକାରୀଙ୍କୁ କେଉଁ ଆଧାରରେ ଏହି ମାମଲାରେ ସମ୍ପୃକ୍ତ କରୁଛନ୍ତି, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପାଠକଙ୍କ ଓକିଲ ଦୀପକ ପଟ୍ଟନାୟକ । ଆଇଏଫଏସ ଅଭୟ ପାଠକ ଗୋଟିଏ ମାମଲା ଜି .ଆର୍ ୨୨୨୫/୨୦୨୦ ରେ ରିମାଣ୍ଡ ଦିଆଯାଇଥିବାବେଳେ ଆକାଶ ପାଠକକୁ ଦୁଇଟି ମାମଲାରେ ଦିନିକିଆ ରିମାଣ୍ଡରେ ଦିଆଯାଇଛି ।

ସେପଟେ ବିଧାୟକ, ସାଂସଦଙ୍କ ଭଳି ମାମଲାକୁ ଏସଡିଜେଏମ୍ କୋର୍ଟ ବଦଳରେ ତୃତୀୟ ଏଡିଜେ କୋର୍ଟରେ ଏହି ବିଚାର ପ୍ରକ୍ରିୟା କରିବାକୁ କିମ୍ବା ରାଜଧାନୀରେ ରହିଥିବା ସ୍ବତନ୍ତ୍ର କୋର୍ଟରେ ଏହି ମାମଲାର ବିଚାର କରିବାକୁ ଆବେଦନ କରିଛନ୍ତି । ତେବେ ଏହି ମାମଲା ବିଚାରଧିନ ରହିଥିବା କହିଛନ୍ତି ଆଇନଜୀବୀ ଦୀପକ ପଟ୍ଟନାୟକ । ସେପଟେ ଆକାଶ ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମକୁ ଏଭଳି ମାମଲା ତଥ୍ୟହୀନ ଏବଂ କାଳ୍ପନିକ ବୋଲି କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.