ETV Bharat / city

କୋରୋନା କାଳରେ ରୋଗୀଙ୍କ ସଞ୍ଜୀବନି ପାଲଟିଛି ଅକ୍ସିଜେନ୍ ସିଲିଣ୍ଡର

author img

By

Published : Aug 20, 2020, 5:26 PM IST

ରାଜ୍ୟରେ କୋରୋନା ମାମଲା ଥମିବାର ନାମ ନେଉଁନାହିଁ । ଟେଷ୍ଟିଂ ସାଙ୍ଗକୁ ହୁହୁ ହୋଇ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟ ସରକାରଙ୍କ ବିଭିନ୍ନ କୋଭିଡ ହସ୍ପିଟାଲରେ ପ୍ରତିଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏପଟେ ରୋଗୀଙ୍କୁ ମରଣ ମୁହଁରୁ ଫେରାଇ ଆଣିବା ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଅକ୍ସିଜେନ ସିଲିଣ୍ଡର ।

oxygen cylinder
କୋରୋନା କାଳରେ ରୋଗୀଙ୍କ ପାଇଁ ସଞ୍ଜୀବନି ପାଲଟିଛି ଅକ୍ସିଜେନ୍ ସିଲିଣ୍ଡର

ବ୍ରହ୍ମପୁର: ରାଜ୍ୟରେ କୋରୋନା ମାମଲା ଥମିବାର ନାଁ ନେଉଁନାହିଁ । ଟେଷ୍ଟିଂ ସାଙ୍ଗକୁ ହୁହୁ ହୋଇ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟ ସରକାରଙ୍କ ବିଭିନ୍ନ କୋଭିଡ ହସ୍ପିଟାଲରେ ପ୍ରତିଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏପଟେ ରୋଗୀଙ୍କୁ ମରଣ ମୁହଁରୁ ଫେରାଇ ଆଣିବା ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ଅକ୍ସିଜେନ ସିଲିଣ୍ଡର ।

କୋରୋନାର ମଧ୍ୟମ ଓ ଗୁରୁତର ଲକ୍ଷଣ ରୋଗୀ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ଅନୁଭବ କରିଥାନ୍ତି । ସେଥିପାଇଁ ଏହି ରୋଗୀମାନଙ୍କୁ ଅକ୍ସିଜେନ୍ ପ୍ରଦାନ କରାଯାଇଥାଏ । ମୁଖ୍ୟତଃ କୋରୋନାର ମଧ୍ୟମ ଓ ଗୁରୁତର ଲକ୍ଷଣ ରୋଗୀଙ୍କ ଶରୀରରୁ ଅକ୍ସିଜେନର ମାତ୍ରା ୯୦ ପ୍ରତିଶତରୁ କମ୍ ରହିଲେ କିମ୍ବା ଅଧିକ ଭାଇରାଲ୍ ଲୋଡ୍ ରହିଥିବା ରୋଗୀଙ୍କ କ୍ଷେତ୍ରରେ ନିହାତି ଅକ୍ସିଜେନର ଆବଶ୍ୟକତା ରହିଥାଏ । ଏଭଳି ସମୟରେ ବିଭିନ୍ନ ପ୍ରକାର ଚିକିତ୍ସା ପଦ୍ଧତିରେ ରୋଗୀଙ୍କୁ ଅକ୍ସିଜେନ୍ ଦିଆଯାଇଥାଏ ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ ।

ଏପଟେ ସାଧାରଣତଃ କୋରୋନା ଭୟରେ ଅନେକ ଘରୋଇ ମେଡିକାଲ ସାଧାରଣ ରୋଗୀଙ୍କୁ ମେଡିକାଲରେ ଚିକିତ୍ସା କରାଉନାହାନ୍ତି । ଏଣୁ ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମଞ୍ଚଳରେ ବିଭିନ୍ନ ରୋଗୀ ଘରେ ରହି ନିଜର ଚିକିତ୍ସା କରାଉଛନ୍ତି । ତେଣୁ ଘରେ ରହି ଚିକିତ୍ସା କରାଉଥିବା ରୋଗୀ ହେଉ ଅବା ମେଡିକାଲ ସବୁଠି ଅକ୍ସିଜେନ ସିଲିଣ୍ଡରର ରହିଛି ଢେର୍‌ ଚାହିଦା । ଏଣୁ ବ୍ରହ୍ମପୁର ସହରରେ ରହିଥିବା ଏଭଲି ଅକ୍ସିଜେନ୍ ସିଲିଣ୍ଡରର କିଛି ଡିଲର ଏହି ରୋଗୀମାନଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଉଛନ୍ତି ।

ସେପଟେ ରାଜ୍ୟରେ ସର୍ବାଧିକ ପ୍ରଭାବିତ ହୋଇଥିବା ଗଞ୍ଜାମ ଜିଲ୍ଲାର କୋରୋନା ଗ୍ରାଫ ଉପରମୁହାଁ ଥିବାବେଳେ କିଛି ସରକାରୀ ମେଡିକାଲରେ ଅକ୍ସିଜେନର ଅଭାବ ଦେଖାଦେଉଥିବା ଅଭିଯୋଗ ହୋଇଛି । କିନ୍ତୁ ଏହି ଅଭିଯୋଗକୁ ଗଞ୍ଜାମ ଜିଲ୍ଲାପ୍ରଶାସନ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ଜିଲ୍ଲାରେ ସରକାରୀ ଚିକିତ୍ସାଳୟରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ମହଜୁତ ରହିଥିବା ଓ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରାଯାଉଥିବା ଜିଲ୍ଲାପାଳ କହିଛନ୍ତି । ସେପଟେ ଏଭଳି ସମୟରେ ସମସ୍ତ ପ୍ରଶାସନିକ ଅଧିକାରୀ ସରକାରୀ ହସ୍ପିଟାଲ ଗୁଡିକୁ ଯାଇ ଅନୁଧ୍ୟାନ କରିବାକୁ ଅନୁରୋଧ କରିଛନ୍ତି ନିର୍ବାଚିତ ପ୍ରତିନିଧି ।

ତେବେ କୋରୋନା ମହାମାରୀ ମୁକାବିଲା ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । କିନ୍ତୁ କେବଳ ନାମ ମାତ୍ର ବ୍ୟବସ୍ଥା ପରିବର୍ତ୍ତେ ସ୍ବାସ୍ଥ୍ୟବସ୍ଥା ଉପରେ ପ୍ରଶାସନର ତୀକ୍ଷ୍ଣ ନଜର ରହିବା ଆବଶ୍ୟକ ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.