ETV Bharat / city

ପ୍ଲାନୋଟୋରିୟମ ନିର୍ମାଣକୁ ବିରୋଧ

ପ୍ଲାନେଟୋରିୟମ ନିର୍ମାଣକୁ ବିରୋଧ । ଏହାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ଦାବି କରାଯାଇଛି। ଅଧିକ ପଢନ୍ତୁ....

author img

By

Published : Aug 8, 2021, 8:17 AM IST

Opposition to the construction of the planetarium in ganjam
ପ୍ଲାନୋଟୋରିୟମ ନିର୍ମାଣକୁ ବିରୋଧ

ବ୍ରହ୍ମପୁର: ପ୍ଲାନେଟୋରିୟମ ନିର୍ମାଣକୁ ବିରୋଧ । ଗଞ୍ଜାମ ଜିଲ୍ଲା ବିକ୍ରମପୁର ଠାରେ ରହିଥିବା ଗୋଚର ଜମିରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ପ୍ଲାନୋଟୋରିୟମ ନିର୍ମାଣକୁ ବିରୋଧ କରାଯାଇଛି । ଏହା ସହ ଏହାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ଦାବି କରାଯାଇଛି ।

ଗତ ୨୦୧୭ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ଏକ ପ୍ଲାନୋଟୋରିୟମ ନିର୍ମାଣ ନିମନ୍ତେ ବିକ୍ରମପୁର ଠାରେ ଥିବା ୧୦ ଏକର ଗୋଚର ଜମି ଅଧିଗ୍ରହଣ କରାଯାଇଥିଲା । ଏହାସହ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ୫୦ ଲକ୍ଷ ଟଙ୍କା ବ୍ୟୟରେ ପାଚେରୀ ନିର୍ମାଣ କରାଯାଇଥିଲା । କିନ୍ତୁ ଏହା ମଧ୍ୟରେ ୫ ବର୍ଷ ବିତିବାକୁ ବସିଥିବାବେଳେ ଏବେ ପୁଣି ଥରେ ସେଠାରେ ପ୍ଲାନୋଟୋରିୟମ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ରାଜସ୍ୱ ଅଧିକାରୀଙ୍କ ପକ୍ଷରୁ ମାପଚୁପ ଆରମ୍ଭ କରାଯାଇଛି । ଯାହାକୁ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରାଯାଇଥିଲା।

ସୂଚନା ଯୋଗ୍ୟ ଯେ, ଦୀର୍ଘ ବର୍ଷ ଧରି ସେହି ଜମିରେ ବିକ୍ରମପୁର,ବିଶ୍ବନାଥପୁର ଓ କରାପଲ୍ଲୀ ଅଞ୍ଚଳର ଗୋରୁ ,ମଇଁଷି ଓ ମେଣ୍ଢା ରଖୁଥିବା ଗୋଚର ଜମିକୁ ଲୋକଙ୍କୁ ଛାଡ଼ିବାକୁ କୁହାଯିବା ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଏହିକ୍ରମରେ ବିକ୍ରମପୁର,ବିଶ୍ବନାଥପୁର ଓ କରାପଲ୍ଲୀ ଅଞ୍ଚଳର ଶତାଧିକ ଗୋପାଳକ ବିକ୍ରମପୁର ରାସ୍ତା ଅବରୋଧ କରିବା ସହ ନିଜର ପଶୁ ମାନଙ୍କୁ ସେହି ଜମିରେ ବାନ୍ଧି ରଖିଥିଲେ । ଏହି ଘଟଣାକୁ ନେଇ କନିଷି ତହସିଲଦାର ଓ ଅନ୍ୟ ରାଜସ୍ବ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ । ସରକାରଙ୍କ ପକ୍ଷରୁ ଏହି ଜମିରେ ପ୍ଲାନୋଟୋରିୟମ ସହ ସାଇନ୍ସ ପାର୍କ ନିର୍ମାଣ ନିମନ୍ତେ ସ୍ଥିର କରାଯାଇଥିବା ଯୋଗୁଁ ଗୋପାଳକ ମାନେ ସେହି ଜମି ଛାଡ଼ିବାକୁ କୁହାଯାଇଥିଲା ।

ଏହା ସହ ଗୋପାଳକ ମାନଙ୍କୁ ଗାଁ ଶେଷ ମୁଣ୍ଡରେ ୩ ଏକର ଗୋଚର ଜମି ଦିଆଯିବ ବୋଲି କୁହାଯାଇଥିଲା । କିନ୍ତୁ ଗୋପାଳକମାନେ ସେହି ଜମି ଛାଡିବେ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ । ଏବଂ ପ୍ଲାନୋଟୋରିୟମକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉ ବୋଲି ଦାବି ଜଣାଇଥିଲେ । ଏହା ସହ ତିନିଖଣ୍ଡ ଗ୍ରାମବାସୀଙ୍କ ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଏନେଇ ଅବଗତ କରାଇବା ସହ ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ପୁନଃ ବିଚାର କରିବାକୁ କୁହାଯାଇଥିଲା । ସେମାନଙ୍କ ଗୋ ସମ୍ପଦକୁ ସୁରକ୍ଷା ଦେବାକୁ ଦାବି ଜଣାଇଛନ୍ତି । ତେବେ, ଅନୁଷ୍ଠିତ ହୋଇଥିବା ବୈଠକରେ କରାପଲ୍ଲୀ ସରପଞ୍ଚ, ବିକ୍ରମପୁର ଗାଁ ମୁଖିଆଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହିଥିଲେ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.