ବ୍ରହ୍ମପୁର: ବିବାହ ଉତ୍ସବରେ ହେବନି ରନ୍ଧାଖାଦ୍ୟ । ଏଣିକି ବାହାଘର ଭୋଜିରେ ରନ୍ଧାଖାଦ୍ୟ ବଦଳରେ ଦିଆଯିବ ପ୍ୟାକେଟ ଖାଦ୍ୟ । କୋଭିଡ ସଂକ୍ରମଣ ବୃଦ୍ଧି ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ବାରା ଏହି ନୂତନ ଗାଇଡଲାଇନ ଜାରି କରାଯାଇଛି ।

ଗଞ୍ଜାମ ପ୍ରଶାସନର ନୂଆ କୋଭିଡ ଗାଇଡଲାଇନ୍ ଅନୁସାରେ ବିବାହରେ ୧୦୦ ଅତିଥି ରହିବେ, ଯାହାଙ୍କୁ ପ୍ୟାକେଟ ଖାଦ୍ୟ ଦିଆଯିବ । କୋରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ନୂତନ ନିର୍ଦ୍ଦେଶନାମା ।
ଏହି ନିର୍ଦ୍ଦେଶ କଡାକଡି ଭାବେ ପାଳନ କରାଯିବା ସହ ଏହାକୁ କାର୍ଯ୍ୟକାରୀ କରା ନଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ପୂର୍ବରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦଣ୍ଡନାଚରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ୨୫ ମଧ୍ୟରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଗଞ୍ଜାମର ମା' ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ମଙ୍ଗଳବାର ଯାତ୍ରାରେ ମୁଣ୍ଡନକୁ ମଧ୍ୟ ବାରଣ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ