ETV Bharat / city

ଦରବୃଦ୍ଧି ପ୍ରତିବାଦରେ ବ୍ରହ୍ମପୁର ଛାତ୍ର କଂଗ୍ରେସର ଶୋଭାଯାତ୍ରା

ପେଟ୍ରୋଲ, ଡିଜେଲ, ଇନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି । ଏହି ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ବ୍ରହ୍ମପୁର ସହରରେ ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢ଼ନ୍ତୁ...

ଦର ବୃଦ୍ଧି ପ୍ରତିବାଦରେ ବ୍ରହ୍ମପୁର ଛାତ୍ର କ°ଗ୍ରେସର ଶୋଭାଯାତ୍ରା

author img

By

Published : Jul 13, 2021, 4:03 PM IST

ବ୍ରହ୍ମପୁର: ପେଟ୍ରୋଲ, ଡିଜେଲ, ଇନ୍ଧନ ଗ୍ୟାସ ଓ ନିତ୍ୟବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି । ଏହି ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ବ୍ରହ୍ମପୁର ସହରରେ ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନରେ ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ କୋଭିଡ୍ ଟୀକାକରଣ ପାଇଁ ଦାବି କରାଯାଇଛି ।

ଦର ବୃଦ୍ଧି ପ୍ରତିବାଦରେ ବ୍ରହ୍ମପୁର ଛାତ୍ର କ°ଗ୍ରେସର ଶୋଭାଯାତ୍ରା
ଏହି ଅବସରରେ ଛାତ୍ର କଂଗ୍ରେସ କର୍ମୀମାନେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ । କେନ୍ଦ୍ର ସରକାରଙ୍କ ଅଚ୍ଛେଦିନ୍ କଥା କହି ଲୋକଙ୍କୁ ଭୁଆଁ ବୁଲାଉଥିବା ଛାତ୍ର କଂଗ୍ରେସ ଅଭିଯୋଗ କରିଛି । ଯେଉଁଭଳି ଭାବରେ ଦର ବୃଦ୍ଧି ହେଉଛିି ତାହା ସାଧାରଣ ଜନତାଙ୍କ ପାଇଁ ବେଡ଼ି ଉପରେ କୋରୋଡା ମାଡ ଭଳି ହୋଇଛି ବୋଲି କହିଛନ୍ତି ଛାତ୍ର କଂଗ୍ରେସ କର୍ମୀ ।

ଏବେ ପେଟ୍ରୋଲ ଦର ଶହେରୁ ଅଧିକ ଟଙ୍କା ରହିଛି । କେନ୍ଦ୍ର ସରକାର ଦରଦାମରେ ଲଗାମ ଲଗାଇବାରେ ଅସଫଳ ରହିଛନ୍ତି । ବର୍ତ୍ତମାନର ଅନଲାଇନ କ୍ଳାସ ଆରମ୍ଭ କରିଥିବା ବେଳେ ଏହା ମଧ୍ୟ ସମସ୍ତଙ୍କ ନିକଟରେ ପହଞ୍ଚି ପାରୁନଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଛାତ୍ର କଂଗ୍ରେସ ଦଳୀୟ କର୍ମକର୍ତ୍ତା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.