ETV Bharat / city

ଅଶାନ୍ତ ସମୁଦ୍ରରେ ଓଲଟିଲା ବୋଟ୍‌, ଅଳ୍ପକେ ବର୍ତ୍ତିଲେ 5 ମତ୍ସ୍ୟଜୀବୀ

ବାତ୍ୟା ଅସାନି ଓଡିଶା ଉପକୂଳ ନିକଟତର ହେଉଥିବାରୁ ସମୁଦ୍ର ଆଶାନ୍ତ ରହିଛି ଓ ଜୁଆରର ବେଗ ବଢିବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସମୁଦ୍ର ଆଶାନ୍ତ ଯୋଗୁଁ ଗଞ୍ଜାମ ଜିଲ୍ଲା ଗୋପାଳପୁର ବନ୍ଦର ଦେଖିବାକୁ ମିଳିଛି ଛାତିଥରା ଦୃଶ୍ୟ । ଅଧିକ ପଢନ୍ତୁ

author img

By

Published : May 10, 2022, 1:16 PM IST

ଦରିଆରେ ଓଲଟିଲା ଡଙ୍ଗା
ଦରିଆରେ ଓଲଟିଲା ଡଙ୍ଗା

ବ୍ରହ୍ମପୁର: ବାତ୍ୟା ଅସାନି ଓଡିଶା ଉପକୂଳ ନିକଟତର ହେଉଥିବାରୁ ସମୁଦ୍ର ଆଶାନ୍ତ ରହିଛି ଓ ଜୁଆରର ବେଗ ବଢିବାରେ ଲାଗିଛି । ଏହାର ପ୍ରଭାବ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ସମୁଦ୍ର ଆଶାନ୍ତ ଯୋଗୁଁ ଗଞ୍ଜାମ ଜିଲ୍ଲା ଗୋପାଳପୁର ବନ୍ଦର ନିକଟରେ ଦେଖିବାକୁ ମିଳିଛି ଛାତିଥରା ଦୃଶ୍ୟ । ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ବେଳାଭୂମି ନିକଟରେ ସାନ ଆର୍ଯ୍ୟପଲ୍ଲୀ, ବଡ ଆର୍ଯ୍ୟପଲ୍ଲୀ ଅଞ୍ଚଳର କିଛି ମତ୍ସ୍ୟଜୀବୀଙ୍କୁ ମାଛ ଧରି ଫେରୁଥିବା ସମୟରେ ତାଙ୍କ ବୋଟ୍‌ ଓଲଟି ପଡିଥିଲା ଫଳରେ ବୋଟ୍‌ରେ ଥିବା 4ରୁ 5 ଜଣ ମତ୍ସ୍ୟଜୀବୀଙ୍କୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେମାନେ ପହଁରି ପହଁରି କୂଳକୁ ଆସିଥିବା ଦେଖିବାକୁ ମିଳିଛି ।

ଦରିଆରେ ଓଲଟିଲା ଡଙ୍ଗା

ଏହା ବି ପଢନ୍ତୁ...Cyclone Asani: ବାତ୍ୟା ଅସାନିର ଆଖି ଦୃଶ୍ୟମାନ, ଗୋପାଳପୁର ଠାରୁ 490 କିଲୋମିଟର ଦୂରରେ

ପ୍ରକାଶ ଥାଉ କି, ଗତକାଲି (ସୋମବାର) ପାତି ସୁନାପୁର ବେଳାଭୂମି ନିକଟରେ ସମୁଦ୍ର ମଧ୍ୟରେ ଫଶି ରହିଥିବା ୧୧ ଜଣଙ୍କ ମତ୍ସ୍ୟଜୀବୀଙ୍କ ଗଭୀର ସମୁଦ୍ର ଗର୍ଭରୁ ଏୟାରଲିଫ୍ଟ ମାଧ୍ୟମରେ ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ପାଣିପାଗ ବିଶେଷଜ୍ଞ ଓ ସ୍ବତନ୍ତ୍ର ରିଲିଫ କମିଶନର ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଥିଲେ । ମାତ୍ର ଏକାଧିକ ସ୍ଥାନରେ ମାଛ ଧରିବା ପାଇଁ ମତ୍ସ୍ୟଜୀବୀ ବିପଦପୂର୍ଣ୍ଣ ଭାବେ ସମଦ୍ର ଭିତରକୁ ପ୍ରବେଶ କରିଥିବା ଦେଖିବାକୁ ମିଳିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.