ETV Bharat / city

ଭାରତ ବନ୍ଦକୁ ସଫଳ ନିମନ୍ତେ ଆହ୍ବାନ କଲା ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି - ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି

କୃଷକ ବିରୋଧୀ କୃଷି ଆଇନକୁ ରଦ୍ଦ କରିବା ପାଇଁ ଡିସେମ୍ବର ୮ ଭାରତ ବନ୍ଦକୁ ସଫଳ କରିବା ନିମନ୍ତେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ଆହ୍ବାନ । ଏନେଇ ଡିସେମ୍ବର ୫ ତାରିଖରେ ବ୍ରହ୍ମପୁର ସହରରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି, ଗଞ୍ଜାମ ଜିଲ୍ଲା ପକ୍ଷରୁ ପୁରୁଣା ବସଷ୍ଟାଣ୍ଡ ଠାରେ କର୍ପୋରେଟ ଆମ୍ବାନୀ, ଆଦାନୀ ସହିତ ମୋଦି ସରକାରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଅଧିକ ପଢନ୍ତୁ...

modi, ambani, adanis coffin burnt in barhampur
ଡିସେମ୍ବର ୮ ଭାରତ ବନ୍ଦକୁ ସଫଳ କରିବା ନିମନ୍ତେ ଅଖିଳ ଭାରତ କୃଷକ ସଂଘର୍ଷ ପକ୍ଷରୁ ଆହ୍ବାନ
author img

By

Published : Dec 6, 2020, 10:19 AM IST

ବ୍ରହ୍ମପୁର: କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ସାରା ଦେଶରେ କୃଷକ ପକ୍ଷରୁ ଚାଲିଥିବା ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। କୃଷି ବିରୋଧୀ ଆଇନକୁ ରଦ୍ଦ କରିବା ପାଇଁ ଡିସେମ୍ବର ୮ ଭାରତ ବନ୍ଦକୁ ସଫଳ କରିବା ନିମନ୍ତେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ଆହ୍ବାନ ଦିଆଯାଇଛି । କର୍ପୋରେଟ କମ୍ପାନୀ ସପକ୍ଷରେ ତଥା କୃଷକ ଓ କୃଷି ବିରୋଧୀ ଯେଉଁ ତିନୋଟି କୃଷି ଆଇନ ଏବଂ ଜନବିରୋଧୀ ବିଦ୍ୟୁତ ସଂଶୋଧନ ବିଲ୍ ୨୦୨୦ କେନ୍ଦ୍ର ସରକାର ଆଣିଛନ୍ତି ତାକୁ ରଦ୍ଦ କରିବା ପାଇଁ ଦେଶ ବ୍ୟାପି ଜାରି ରହିଛି ଆନ୍ଦୋଳନ । ଦୀର୍ଘ ୮ ଦିନ ଧରି ପ୍ରବଳ ଥଣ୍ଡା କାକରରେ ଜାରି ରହିଥିବା ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ଦମନ ପଦକ୍ଷେପ ଏବଂ ଆଲୋଚନାକୁ ଡାକି ଭୁଆଁ ବୁଲାଇବା ନୀତି ଆପଣାଉଛନ୍ତି । ଆଉ ଏହି ଭୁଆଁ ବୁଲା ନୀତି ବିରୁଦ୍ଧରେ ଡିସେମ୍ବର ୫ ତାରିଖରେ ବ୍ରହ୍ମପୁର ସହରରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି, ଗଞ୍ଜାମ ଜିଲ୍ଲା ପକ୍ଷରୁ ପୁରୁଣା ବସଷ୍ଟାଣ୍ଡ ଠାରେ କର୍ପୋରେଟ ଆମ୍ବାନୀ, ଆଦାନୀ ସହିତ ମୋଦୀ ସରକାରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

ଦିଲ୍ଲୀରେ ସଂଗ୍ରାମରତ ଲକ୍ଷ ଲକ୍ଷ କୃଷକ ମାନଙ୍କ ଲଢ଼େଇକୁ ଆହୁରି ମଜବୁତ କରିବା ପାଇଁ ଏହି ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଏଥିରେ ଅଖିଳ ଭାରତ କୃଷକ ସଭା, ଓଡ଼ିଶା କୃଷକ ସଭା, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା, ଅଲ ଇଣ୍ଡିଆ କିଶାନ କ୍ଷେତ ମଜଦୂର ସଂଗଠନ, ବିଭିନ୍ନ ଶ୍ରମିକ ସଂଗଠନ ଆଦି ସାମିଲ ହୋଇଥିଲେ । ଏହି ପ୍ରତିବାଦର ଏଆଇକେଏମଏସର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର, ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଓଡ଼ିଶା କୃଷକ ସଭାର ଜିଲ୍ଲା ଯୁଗ୍ମ ସମ୍ପାଦକ ବସନ୍ତ ନନ୍ଦ, ଏଆଇକେକେଏମଏସର ଉଦ୍ଧବ ମହାଙ୍କୁଡ ଆଦି ନେତୃତ୍ବ ନେଇଥିଲେ ।

ସେହିପରି କେନ୍ଦ୍ର ସରକାରଙ୍କ ଭାଣ୍ଡାମୀ ନୀତି ବିରୋଧରେ ସାରା ଦେଶରେ କୃଷକ ଏକ ହୋଇ ୮ ଡିସେମ୍ବର ଭାରତ ବନ୍ଦକୁ ସଫଳ କରିବା ପାଇଁ ଆହ୍ବାନ ଦେଇଛନ୍ତି । ଓଡିଶା ସରକାରଙ୍କ ଠିକା ଚାଷ ନିଷ୍ପତ୍ତିକୁ ତୁରନ୍ତ ବନ୍ଦ କରିବା, ସମସ୍ତ ମଣ୍ଡି ତୁରନ୍ତ ଖୋଲି ସମସ୍ତ ଚାଷୀ ଠାରୁ ଧାନ କ୍ରୟ କରିବା ପାଇଁ ଦାବି କରିଥିଲେ । ଏବଂ ଭାରତ ବନ୍ଦକୁ ସଫଳ କରି କୃଷକଙ୍କ ଐତିହାସିକ ବିଜୟକୁ ସୁନିଶ୍ଚିତ କରିବା ପାଇଁ ବକ୍ତାମାନେ ଆହ୍ବାନ ଦେଇଛନ୍ତି ।

ବ୍ରହ୍ମପୁୁରୁ ସମୀର ଆଚର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.