ଭୁବନେଶ୍ବର: ବିଧାନସଭାରେ ଉଠିଲା ଟ୍ବିନ ସିଟି ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗ । ଭୁବନେଶ୍ବର ଓ କଟକରେ ମେଟ୍ରୋ ରେଳ ଚାଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ । ଏଥିପାଇଁ କୌଣସି କମ୍ପାନୀକୁ ଅର୍ଥ ଦିଆଯାଇ ନାହିଁ ବୋଲି ଆଜି ଗୃହରେ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।
ଭୁବନେଶ୍ବର କଟକରେ ମେଟ୍ରୋ ଟ୍ରେନ ଚାଲିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏକ ସର୍ଭେ କରାଯାଇଥିଲା । ମେଟ୍ରୋ ଟ୍ରେନ ପାଇଁ ଟେଣ୍ଡର ମଧ୍ୟ ହୋଇଥିଲା । ଏଥିରେ 5 ଟି କମ୍ପାନୀ ଭାଗ ନେଇଥିଲେ । ଏଥିରେ ଵାଲାଜି ରେଳ ଆଣ୍ଡ ରୋଡ଼ ବର୍ଷାଲିକୁ ସର୍ଭେ ପାଇଁ ଟେଣ୍ଡର ଦିଆଯାଇଥିଲା । ହୋଇଥିବା ସର୍ଭେ ଆମେ ଖୋର୍ଦ୍ଧା ଓ ଜଟଣୀ ପର୍ଯ୍ୟନ୍ତ ମେଟ୍ରୋ ଚଳାଇବା ପାଇଁ ଆମେ ପ୍ରସ୍ତାବ ଦେଇଥିଲୁ । ପୁଣି ଥରେ ସର୍ଭେ କରିବା ପାଇଁ ଆମେ ଦାବି କରିବୁ ଏଥିରେ କଟକରୁ ଚଣ୍ଡୀଖୋଲ ଓ ଭୁବନେଶ୍ବରରୁ ପୁରୀ ପର୍ଯ୍ୟନ୍ତ ଏହାକୁ ସମ୍ପ୍ରସାରଣ ପାଇଁ ପ୍ରସ୍ତାବ ଦେବୁ ।
2041 ପର୍ଯ୍ୟନ୍ତ ଟୁଇନ ସିଟିରେ ମେଟ୍ରୋ ରେଳ ଗଡ଼ିବା ଅସମ୍ଭବ । ଜନସଂଖ୍ୟା ଆଧାରରେ ସର୍ଭେ ଅନୁଯାୟୀ ସାଧ୍ୟତା ନଥିବାରୁ ଏହାକୁ ଆଗକୁ ବଢା ଯାଇପାରୁନି । ଏହି ସର୍ଭେ ପାଇଁ କେନ୍ଦ୍ର ସରକାର 12 ଲକ୍ଷ 61 ହଜାର ଦେଇଥିବା ବେଳେ କମ୍ପାନୀକୁ ରାଜ୍ୟ ସରକାର 52 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ସେପଟେ ଗୃହର ଅନ୍ୟ ସଦସ୍ୟ ମାନେ ପୁଣି ଥରେ ଏହି ସର୍ଭେ କରିବା ପାଇଁ ଦାବି ରଖିଛନ୍ତି । ଏନେଇ ଗୃହରେ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।
ଭୁବନେଶ୍ବରରୁ ତପନକୁମାର ଦାସ,ଇଟିିଭି ଭାରତ