ETV Bharat / city

ରେଶମ ସହରରେ ଦୁଇ ପର୍ଯ୍ୟାୟରେ ଖୋଲିବ ଦୋକାନ ବଜାର

author img

By

Published : May 13, 2020, 12:21 AM IST

ଲକଡାଉନ ମଧ୍ୟରେ ଦୋକାନା ବଜାର ଖୋଲିବାକୁ ବ୍ରହ୍ମପୁର ମହାନଗର ନିଗମ ଦେଇଛି ଅନୁମତି । ହେଲେ ବିଭିନ୍ନ ସର୍ତ୍ତ ସହ ଦୁଇଟି ପର୍ଯ୍ଯାୟରେ ନିର୍ଦ୍ଧାରିତ ଦୋକାନ ଖୋଲାଯିବ । ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ । ଅଧିକ ପଢନ୍ତୁ...

market will open in two phases
ରେଶମ ସହରରେ ଦୁଇ ପର୍ଯ୍ୟାୟରେ ଖୋଲିବ ଦୋକାନ ବଜାର

ବ୍ରହ୍ମପୁର: ଦକ୍ଷିଣ ଓଡିଶାର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ବ୍ରହ୍ମପୁରରେ ଦୁଇଟି ପର୍ଯ୍ୟାୟରେ ଖୋଲିବ ଦୋକାନ ବଜାର । କୋରୋନା ମୁକାବିଲା ସହ ସହରରେ ବ୍ୟବସାୟକୁ ପୁନଃଆରମ୍ଭ ପାଇଁ ମହାନଗର ନିଗମ ପକ୍ଷରୁ ଏଭଳି ନିର୍ଣ୍ଣୟ ନିଆଯାଇଛି ।

କୋରୋନା ମୁକାବିଲା କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପୂର୍ବରୁ ଅନେକ ପଦକ୍ଷେପ ଗ୍ରହଣ କରିଛି । ଏହି ଧାରାରେ ନିଗମ ପକ୍ଷରୁ ଦୋକାନ ବଜାର ଖୋଲିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଅଣ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଓ ବଜାରକୁ ଦିନ ଗୋଟିଏରୁ ସଂନ୍ଧ୍ୟା ୭ ଘଣ୍ଟା ପର୍ଯ୍ୟନ୍ତ ଖୋଲାରଖାଯିବ । ମୁଖ୍ୟତଃ ଏହି ଶ୍ରେଣୀରେ ଉପହାର, ଲୁଗା, ସୁନା, ଲେଡିସ୍ କର୍ଣ୍ଣର, ଇଣ୍ଟରନେଟ୍ କେଫେ, ମୋବାଇଲ୍ ରିଚାର୍ଜ, ଜେରକ୍ସ ସଫ୍, ବହି ଓ ଷ୍ଟେସେନେରି ଦୋକାନ, ଫୋଟ ଷ୍ଟୁଡିଓ ଏବଂ ଲ୍ୟାବ୍, ଟେଲେରିଙ୍ଗ୍ ଦୋକାନ, ଇଲୋଟ୍ରୋନିଙ୍ଗସ୍ ସୋରୁମ୍, ମୋବାଇଲ୍ ଫୋନ, ଦୁଇ ଚକିଆ ଏବଂ ଚାରି ଚକିଆ ଗ୍ୟାରେଜ ଠାରୁ ଆରମ୍ଭ କରି ସ୍ପେୟାରସ୍ ପାର୍ଟ ଦୋକାନ, ଇଲୋଟ୍ରୋନିଙ୍ଗସ ଏବଂ ହୋମ୍ ଏପ୍ଲାଏନ୍ସ , ସିଙ୍ଗଲ୍ ବ୍ରାଣ୍ଡ ଏବଂ ମଲ୍ଟି ବ୍ରାଣ୍ଡ ସୋ ରୁମ୍ ଓ ମଲ୍ ଗୁଡିକ ରହିଛି । ଏହି ସବୁ ଦୋକାନ ବଜାର ସାମାଜିକ ଦୂରତ୍ୱ ରକ୍ଷା ବଜାୟ ରଖିବା ସହ ୫ ଜଣଙ୍କ ଠାରୁ ଅଧିକ ଗ୍ରାହକଙ୍କୁ ନ ରଖିବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ସହରରେ ରେଷ୍ଟରାଣ୍ଟ, ହୋଟେଲ, ଔଷଦ ଦୋକାନ, କ୍ଲିନିକ୍ ଏବଂ ବେସରକାରୀ ହସ୍ପିଟାଲ ସହିତ ଏହି ତାଲିକାରେ ନଥିବା ଅତ୍ୟାବଶ୍ୟକୀୟ ଦୋକାନ ପୂର୍ବ ନିର୍ଦ୍ଧେଶ ଅନୁଯାୟୀ ଖୋଲାଯିବାକୁ କହିଛନ୍ତି କମିଶନର ଚକ୍ରୱତି ସିଂ ରାଠୋର । ପୂର୍ବରୁ ସହରରେ ସାମାଜିକ ଦୂରତ୍ୱ ରକ୍ଷା ହେଉନଥିବା ନେଇ ସହରର ପ୍ରମୁଖ ଆମ୍ୱ ବଜାରକୁ ସିଲ କରି ନୋଟିସ୍ ଜାରି କରିଥିଲା ମହାନଗର ନିଗମ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.