ETV Bharat / city

ସ୍ମାର୍ଟ କ୍ଲାସରୁମର ରକ୍ଷଣାବେକ୍ଷଣା ଦାୟିତ୍ୱ ଗ୍ରାମବାସୀଙ୍କର : ମୁଖ୍ୟମନ୍ତ୍ରୀ - cm naveen pattnaik

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକର ଶାସନ ଆମ୍ବଗାଁ ଗ୍ରାମବାସୀଙ୍କ ସହ ଭିଡିଓ କଲରେ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଲେ ଜିଲ୍ଲାରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ସ୍ମାର୍ଟ କ୍ଲାସ ରୁମର ରକ୍ଷଣାବେକ୍ଷଣା ଦାୟିତ୍ବ ଗ୍ରାମବାସୀଙ୍କର । ଅଧିକ ପଢନ୍ତୁ...

ସ୍ମାର୍ଟକ୍ଲାସ ରୁମର ରକ୍ଷଣାବେକ୍ଷଣା ଦାୟିତ୍ୱ ଗ୍ରାମବାସୀଙ୍କର:ମୁଖ୍ୟମନ୍ତ୍ରୀ

author img

By

Published : Aug 16, 2021, 8:32 PM IST

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ଅନୁଦାନରେ ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିର୍ମାଣ ହୋଇଛି ସ୍ମାର୍ଟକ୍ଲାସ ରୁମ ଠାରୁ ଆରମ୍ଭ କରି ଇ-ଲାଇବ୍ରେରୀ ବ୍ୟବସ୍ଥା । ସରକାରଙ୍କ ପକ୍ଷରୁ ବହୁ ଅର୍ଥ ବିନିଯୋଗରେ ଏହାକୁ ନିର୍ମାଣ କରାଯାଇଥିବାରୁ ଏହାର ସୁରକ୍ଷା ସହିତ ରକ୍ଷଣାବେକ୍ଷଣା ଦାୟିତ୍ବ ସେହି ଗ୍ରାମର ଗ୍ରାମବାସୀଙ୍କ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଭଳି ଗୁରୁତ୍ବପୂର୍ଣ୍ଣ ବିଷୟକୁ ନେଇ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁର ବାସିନ୍ଦାଙ୍କ ସହିତ ଭିଡିଓ କଲ ମାଧ୍ୟମରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସ୍ମାର୍ଟକ୍ଲାସ ରୁମର ରକ୍ଷଣାବେକ୍ଷଣା ଦାୟିତ୍ୱ ଗ୍ରାମବାସୀଙ୍କର:ମୁଖ୍ୟମନ୍ତ୍ରୀ

ଗତ 2ଦିନ ଧରି ୫ଟି ସଚିବ ଭି.କେ.ପାଣ୍ଡିୟାନ୍ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଏବଂ ଶେରଗଡ ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ଏକାଧିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ପରେ ହିଞ୍ଜିଳିକାଟୁ ବ୍ଲକର ଶାସନ ଆମ୍ବଗାଁ ସ୍ଥିତ ବୃନ୍ଦାବନ ନାୟକ ସ୍ମୃତି ବିଦ୍ୟାପୀଠ ପରିସରକୁ ଅନୁଧ୍ୟାନ କରିଥିଲେ । ଫେରିବା ସମୟରେ ଉପସ୍ଥିତ ସ୍ଥାନୀୟ ଅଞ୍ଚଳର ବ୍ୟକ୍ତି ବିଶେଷଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ସ୍ଥାନୀୟ ଗ୍ରାମବାସୀ ମନୋଜ କୁମାର ସାବତ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କଲରେ କଥା ହୋଇଥିଲେ । ତେବେ ସ୍ମାର୍ଟ କ୍ଲାସରୁମର ରକ୍ଷଣାବେକ୍ଷଣା ସ୍ଥାନୀୟ ଗ୍ରାମବାସୀଙ୍କ ବୋଲି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.