ବ୍ରହ୍ମପୁର: ଦୀର୍ଘ ୩୨ ଦିନ ଧରି ଚାଲିଥିବା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା ଉଦଯାପିତ ହୋଇଛି । ମାସାଧିକ ସମୟ ବାପଘରେ ରହିବା ପରେ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ମା’ । ତେବେ ମାଆଙ୍କର ମୁଖ୍ୟ ପୀଠରୁ ନିମନ୍ତ୍ରଣ ପହଞ୍ଚିଥିବା ବେଳେ ଅସ୍ଥାୟୀ ମନ୍ଦିରରୁ ମୁଖ୍ୟ ଘଟ ସହ ସମସ୍ତ ପାର୍ଶ୍ୱ ଘଟ ମୁଖ୍ୟ ମନ୍ଦିର ଅଭିମୁଖେ ବାହାରିବାର ବିଧି ରହିଛି।
ଯାତ୍ରା ଶେଷ ଦିନରେ ମାଆଙ୍କୁ ଦର୍ଶନ କରିବା ସହ ହଜାର ହଜାର ଭକ୍ତ ଲମ୍ୱା ଧାଡିରେ ଯାଇ ମାଆଙ୍କୁ ଦର୍ଶନ କରୁଛନ୍ତି । ତେବେ ଯାତ୍ରାର ଶେଷ ଦିନରେ ଭକ୍ତଙ୍କ ସମାଗମ କିଭଳି ରହିଛି ସେନେଇ ଅସ୍ଥାୟୀ ମନ୍ଦିର ପରିସରରୁ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ୱାଦଦାତା ।
ବ୍ରହ୍ମପୁରରୁ ସମୀରଆଚାର୍ଯ୍ୟ, ଇଟିଭି ଭାରତ