ETV Bharat / city

ଦିପାବଳୀ ପାଇଁ ବ୍ରହ୍ମପୁରରେ ଭଳିକି ଭଳି ଦୀପ ପସରା, ଡିମାଣ୍ଡରେ ‘ଟେରାକୋଟା ଦୀପ’

କୋରୋନା କଟକଣା ମଧ୍ୟରେ ବ୍ରହ୍ମପୁରରେ ପାଳିତ ହେବ ଆଲୋକର ପର୍ବ ଦିପାବଳୀ । ବ୍ରହ୍ମପୁରରେ ଦିପାବଳୀ ପାଇଁ ବିଭିନ୍ନ ସ୍ଥାନରେ ଭଳିକି ଭଳି ଦୀପ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । କେଉଁଠି ମାଟିଦୀପ ବିକ୍ରି ହେଉଛି ତ କେଉଁଠି ଟେରାକୋଟା କଳାକୃତିର ଦୀପ ବିକ୍ରି ହେଉଛି । ଅଧିକ ପଢ଼ନ୍ତୁ...

ଦୀପାବଳି ପାଇଁ ବ୍ରହ୍ମପୁରରେ ବିକ୍ରି ହେଉଛି ଭଳିକି ଭଳି ଦୀପ

author img

By

Published : Nov 12, 2020, 7:47 PM IST

ବ୍ରହ୍ମପୁର: ଆସୁଛି ଆଲୋକର ପର୍ବ ଦିପାବଳୀ । କୋରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ବାଣ ଫୁଟାଇବା କିମ୍ବା ବାଣ ବିକ୍ରି ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ସଭିଙ୍କୁ କ୍ଲିନ ଓ ଗ୍ରୀନ ଦିପାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଏଭଳି ସ୍ଥିତିରେ ଦକ୍ଷିଣ ଓଡିଶାର ପ୍ରମୁଖ ସହର ବ୍ରହ୍ମପୁରରେ ଦୀପାବଳୀ ପାଇଁ ବିଭିନ୍ନ ସ୍ଥାନରେ ଭଳିକି ଭଳି ଦୀପର ବିକ୍ରି ହେଉଥିବା ଦେଖିବାକୁ ମିଳିଛି। କେଉଁଠି ମାଟିଦୀପ ବିକ୍ରି ହେଉଛି ତ କେଉଁଠି ଟେରାକୋଟା କଳାକୃତିର ଦୀପ ବିକ୍ରି ହେଉଥିବା ଦେଖିବାକୁ ମିଳିଛି ।

ଦୀପାବଳି ପାଇଁ ବ୍ରହ୍ମପୁରରେ ବିକ୍ରି ହେଉଛି ଭଳିକି ଭଳି ଦୀପ

ଦୀପାବଳୀ ପାଇଁ ସବୁଠି ରହିଛି ଉତ୍ସାହର ମାହୋଲ । ହେଲେ କୋରୋନା ଭାଇରସ ସମସ୍ତ ପ୍ରକାର ଉତ୍ସାହ ଫିକା ପକାଇ ଦେଇଥିବା ମନେ ହେଉଛି । ସରକାରଙ୍କ କୋଭିଡ ଗାଇଡଲାଇନ୍ ଅନୁଯାୟୀ ଆତସବାଜି ଉପରେ ରୋକ ଲାଗିଛି । ପରିବାର ସହ ସୁରକ୍ଷିତ ଭାବରେ କୋଭିଡ ମୁକ୍ତ ଦିପାବଳୀ ପାଳନ କରିବାକୁ ଆହ୍ବାନ କରାଯାଇଛି। ଏଭଳି ସ୍ଥିତିରେ ରେଶମ ସହରରେ ଦୀପ କାରିଗରମାନେ ଦୀପର ପସରା ପକାଇ ବସିଥିବା ଦେଖିବାକୁ ମିଳିଛି।

ବର୍ଷ ତମାମ ମୁଣ୍ଡର ଝାଳ ତୁଣ୍ଡରେ ମାରି ଦୀପ ପ୍ରସ୍ତୁତ କରିଥାନ୍ତି ଦୀପ କାରିଗର । ଦିପାବଳୀ ସମୟରେ ଏହି ଦୀପଗୁଡ଼ିକୁ ବର୍ତ୍ତମାନ ରେଶମ ସହରରେ ପହଞ୍ଚାଇଛନ୍ତି ଦୀପ କାରିଗର । ଦିପାବଳୀରେ ଯେପରି ସମସ୍ତଙ୍କ ଘରେ ଦୀପ ଜଳିବ ସେଦିଗରେ ଧ୍ୟାନ ଦେଇଛନ୍ତି ଦୀପ କାରିଗର । ଏଥିପାଇଁ ବଜାରରେ ଉପଲବ୍ଧ ହୋଇଛି 50 ପଇସାରୁ 20 ଟଙ୍କିଆ ଦୀପ । ତେବେ କୋରୋନା ମାଡ଼ ଯୋଗୁଁ ଚଳିତ ବର୍ଷ ଦୀପ ବ୍ୟବସାୟୀଙ୍କୁ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ଯେଉଁମାତ୍ରାରେ ଦୀପ ବିକ୍ରି ହେବା ତାହା ହୋଇନଥିବା କଥା କହିଛନ୍ତି ଦୀପ କାରିଗର ।

ସେପଟେ ବ୍ରହ୍ମପୁରରେ ଦେଖିବାକୁ ମିଳିଛି ଟେରାକୋଟା କାରୁକାର୍ଯ୍ୟ ହୋଇଥିବା ଦୀପ । ବିଭିନ୍ନ ଦେବଦେବୀଙ୍କ ସହ ପ୍ରତିମୂ୍ର୍ତ୍ତୀ ସହ ଟେରାକୋଟା କଳାକୃତିର ଏହି ଦୀପଗୁଡ଼ିକୁ ବେଶ ପସନ୍ଦ କରୁଛନ୍ତି ବ୍ରହ୍ମପୁର ବାସିନ୍ଦା । ରଙ୍ଗବେରଙ୍ଗର ସୁନ୍ଦର ସୁନ୍ଦର ଦୀପ ବଜାରକୁ ଆସିଥିବାରୁ ଏହା ନିଶ୍ଚିତ ରୂପେ ଲୋକଙ୍କ ଚାହିଦା ରହିବା ନେଇ ଆଶା ରଖିଛନ୍ତି ଦୀପ ବିକ୍ରେତା । ବଜାରରେ ଯେଭଳି ଚାଇନା ଦୀପ ପ୍ରତି ଗ୍ରାହକ ଆକୃଷ୍ଟ ନହେବେ ଏଥିପାଇଁ ଏହି ଟେରାକୋଟା କଳାକୃତି ଦୀପଗୁଡ଼ିକୁ କୋଲକାତାରୁ ଅଣା ଯାଇଥିବା କହିଛନ୍ତି ଦୀପ ବିକ୍ରେତା । ସେପଟେ ବ୍ରହ୍ମପୁର ବାସିନ୍ଦା ମଧ୍ୟ ମାଟି ଦୀପ କାରିଗରଙ୍କଠାରୁ ଦୀପ କିଣିବେ ବୋଲି କହିଛନ୍ତି।

ଚଳିତ ବର୍ଷ ନିଆରା ଢଙ୍ଗରେ ଦିପାବଳୀ ପାଳିବାକୁ ନେଇ ଉତ୍ସାହିତ ଅଛନ୍ତି ରେଶମ ସହର ବାସିନ୍ଦା । ଏହାସହ ବିଶ୍ବରୁ କୋରୋନା ସଙ୍କଟକୁ ଦୂର କରିବାକୁ ପ୍ରାର୍ଥନା କରିବେ ବୋଲି କହିଛନ୍ତି । ଏହାସହ ଦିପାବଳୀ ପାଳନ ସମୟରେ କୋଭିଡ ଗାଇଡଲାଇନ ମାନିବେ ବୋଲି ମଧ୍ୟ କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.