ETV Bharat / city

ରାଜ୍ୟର ପ୍ରତି ବ୍ଳକରେ ଖୋଲାଯିବ ଶ୍ରମ କାର୍ଯ୍ୟାଳୟ : ଶ୍ରମ ମନ୍ତ୍ରୀ - ରାଜ୍ୟର ପ୍ରତି ବ୍ଳକରେ ଖୋଲାଯିବ ଶ୍ରମ କାର୍ଯ୍ୟାଳୟ

ରାଜ୍ୟର ପ୍ରତି ବ୍ଳକରେ ଖୋଲାଯିବ ଶ୍ରମ କାର୍ଯ୍ୟାଳୟ ଏବଂ ନିଯୁକ୍ତି ହେବେ ଜଣେ ଲେଖାଏଁ ସହକାରୀ ଶ୍ରମ ଅଧିକାରୀ । ଏହାସହ ଶ୍ରମିକ ପଞ୍ଜିକରଣ ହେବ ସରଳୀକରଣ । ଏନେଇ ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ । ଅଧିକ ପଢନ୍ତୁ

ରାଜ୍ୟର ପ୍ରତି ବ୍ଳକରେ ଖୋଲାଯିବ ଶ୍ରମ କାର୍ଯ୍ୟାଳୟ : ଶ୍ରମ ମନ୍ତ୍ରୀ

author img

By

Published : Jun 26, 2022, 10:09 AM IST

ବ୍ରହ୍ମପୁର: ରାଜ୍ୟର ପ୍ରତି ବ୍ଳକରେ ଖୋଲାଯିବ ଶ୍ରମ କାର୍ଯ୍ୟାଳୟ ଏବଂ ନିଯୁକ୍ତି ହେବେ ଜଣେ ଲେଖାଏଁ ସହକାରୀ ଶ୍ରମ ଅଧିକାରୀ । ଏହାସହ ଶ୍ରମିକ ପଞ୍ଜିକରଣ ହେବ ସରଳୀକରଣ । ବ୍ରହ୍ମପୁର ଠାରେ ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗୀୟ ସମୀକ୍ଷା ବୈଠକରେ ଯୋଗ ଦେଇ ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗୀୟ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଏହି ସୂଚନା ଦେଇଛନ୍ତି । ସ୍ଥାନୀୟ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ନିଜ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରମିକ ମାନଙ୍କର ଉନ୍ନତି ଦିଗରେ ଯଥେଷ୍ଟ ଧ୍ୟାନ ଦେଉଛନ୍ତି । ଶ୍ରମ ବିଭାଗ ଯେପରି ଲୋକଙ୍କ ନିକଟତର ହେବ ସେଥି ସକାଶେ ଆଶୁ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ।

ରାଜ୍ୟର ପ୍ରତି ବ୍ଳକରେ ଖୋଲାଯିବ ଶ୍ରମ କାର୍ଯ୍ୟାଳୟ : ଶ୍ରମ ମନ୍ତ୍ରୀ

ଏପରିକି ରାଜ୍ୟରେ ୩୫୦୦ କୋଟି ଟଙ୍କା ନିର୍ମାଣ ଶ୍ରମିକ ସହାୟତା ରାଶି ପ୍ରଦାନ କରାଯାଇଥିବାବେଳେ, ଆଗାମୀ ଦିନରେ ୮୦୦ କୋଟି ଟଙ୍କା ବଣ୍ଟନ କରାଯିବ। ଗଞ୍ଜାମ ଜିଲ୍ଲାର ଅନେକ କୁଶଳୀ ଶ୍ରମିକ ସୁରଟରେ କାର୍ଯ୍ୟ କରିବାକୁ ଯାଇଥାନ୍ତି, ତେଣୁ ସୁରଟ ଠାରେ ଶ୍ରମ ବିଭାଗର କାର୍ଯ୍ୟାଳୟ ସ୍ଥାପନ ନିମିତ୍ତ ପତ୍ରାଳାପ ଚାଲିଛି । ସେଠାରୁ ଅନୁମତି ପତ୍ର ହସ୍ତଗତ ହେବା ପରେ ଏହି କାର୍ଯ୍ୟକୁ ତ୍ଵରାନିତ କରାଯିବ। ରାଜ୍ୟରେ ୨୦୨୫ ମସିହାରେ ଶିଶୁ ଶ୍ରମିକ ମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯିବ ।

ଏଥି ସକାଶେ ସଚେତନତା ଓ ଚଢ଼ାଉ କାର୍ଯ୍ୟକୁ ବ୍ୟାପକ କରାଯାଉଛି । ଶିଶୁ ଶ୍ରମିକ ମାନଙ୍କୁ ଶ୍ରମ ଖଟିବାକୁ ଦିଆଯିବ ନାହିଁ । ସେମାନେ ଶିକ୍ଷା ବ୍ୟବସ୍ଥାରେ ସାମିଲ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ । ଶ୍ରମିକ ଗଣ ଶ୍ରମିକ ପରିଚୟ ପତ୍ର ପାଇବା ଦିଗରେ ଦେଖାଯାଉଥିବା ବ୍ୟବସ୍ଥାର ସରଳୀକରଣ କରାଯିବ । ୫ଟି ଅନ୍ତର୍ଗତ ଶ୍ରମିକ ଗଣ କିଭଳି ସୁବିଧା ହାସଲ କରିବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଥିବା ମନ୍ତ୍ରୀ ସାହୁ ବ୍ୟକ୍ତ କରିଥିଲେ ।
ଶ୍ରମ ଆଇନ ଅନୁସାରେ, ଶ୍ରମିକମାନେ ଠିକ୍ ମଜୁରୀ ପାଇବା ହକଦାର ଏବଂ ସେମାନେ କେତେ ଘଣ୍ଟାର ଶ୍ରମ ଦାନ କରିବେ ତାହା ମଧ୍ୟ ଧାର୍ଯ୍ୟ ହୋଇଛି । ୨୦୧୦ ମସିହା ଠାରୁ ନିର୍ମାଣ ଶ୍ରମିକ ବୋର୍ଡ ଗଠନ କରାଯାଇଛି । ଶ୍ରମିକ ଗଣ ସମସ୍ତ ସରକାରୀ ସହାୟତା ପାଇବା ସକାଶେ ସରକାରଙ୍କ ତରଫରୁ ପଞ୍ଜିକରଣ କରାଯାଇଛି । ସିଧାସଳଖ ସେମାନଙ୍କ ଜମା ଖାତାକୁ ସହାୟତା ଟଙ୍କା ଦିଆଯାଉଥିବା ତଥ୍ୟ ଯୁଗ୍ମ ଶ୍ରମ କମିଶନର ଦୀପ୍ତି ରଞ୍ଜନ ମହାନ୍ତି ପ୍ରକାଶ କରିଥିଲେ ।

ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଶ୍ରମିକ ମାନଙ୍କ ଅସୁବିଧା ଓ ପଞ୍ଜିକରଣ ଦିଗରେ ଶ୍ରମିକ ମାନଙ୍କର ଅସୁବିଧା ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.