ବ୍ରହ୍ମପୁର: କୋରୋନା କଟକଣା ଭିତରେ ଆଜି ଠାରୁ ଆରମ୍ଭ ହୋଇଛି ଜେଇଇ ପ୍ରବେଶିକା ପରୀକ୍ଷା । ରାଜ୍ୟର 7ଟି ସହରରେ 26ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ 38 ହଜାରରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ରାଜ୍ୟର ବିଭିନ୍ନ କେନ୍ଦ୍ରରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି ପରୀକ୍ଷା ଦୁଇଟି ସିଟିଂରେ କରାଯାଇଛି ।
ଏହାକୁ ନେଇ ବ୍ରହ୍ମପୁର ସହର ସମେତ ଉପକଣ୍ଠରେ 4ଟି କେନ୍ଦ୍ରରେ ପରୀକ୍ଷା କେନ୍ଦ୍ର ହୋଇଥିବାବେଳେ ପରୀକ୍ଷା କେନ୍ଦ୍ର ଗୁଡିକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଅଧିକାରୀମାନେ ଅନୁଧ୍ୟାନ କରିଥିଲେ ।
ସେପଟେ ପରୀକ୍ଷାକେନ୍ଦ୍ର ସମ୍ମୁଖରେ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ କେନ୍ଦ୍ରରେ ପ୍ରବେଶ କରୁଥିବା ସମସ୍ତ ବିଦ୍ୟାର୍ଥୀଙ୍କୁ ମାସ୍କ ଠାରୁ ଆରମ୍ଭ କରି ସାନିଟାଇଜର ବ୍ୟବସ୍ଥା କରାଯିବା ସହ ପରୀକ୍ଷାର୍ଥୀଙ୍କ ପାଇଁ ପାଣି ବୋତଲ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।
ଅନ୍ୟପଟେ ଓଡିଶା ମୋ ପରିବାର ପକ୍ଷରୁ ମଧ୍ୟ କେନ୍ଦ୍ର ନିକଟରେ ଏକ ହେଲ୍ପ ଡେସ୍କ କରାଯାଇ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ ଏହାର ସଦସ୍ୟମାନେ ରହିଥିବା ଦେଖାଯାଇଛି । ବ୍ରହ୍ମପୁର ସହରର 4ଟି କେନ୍ଦ୍ର ମଧ୍ୟରୁ ସହରର ଖଲ୍ଲିକୋଟ କଲେଜ ନିକଟସ୍ଥ ଆଇଓଏନ ଡିଜିଟାଲ ଜୋନ କେନ୍ଦ୍ରରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀ ଏବଂ ପରୀକ୍ଷା କେନ୍ଦ୍ର ମୁଖ୍ୟ ପରିଚାଳକଙ୍କ ସହିତ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ