ବ୍ରହ୍ମପୁର: ଜମାକାରୀଙ୍କ ଅର୍ଥ ଫେରସ୍ତ କରିବା ଦାବିରେ ବ୍ରହ୍ମପୁର ସହରର ସାହାରା ଇଣ୍ଡିଆ କାର୍ଯ୍ୟାଳୟ ପରିସରରେ ଦିନ ତମାମ ଲାଗି ରହିଥିଲା ଜମାକାରୀଙ୍କ ଉତ୍ତେଜନା ।
ବ୍ରହ୍ମପୁର ସହର ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଜମାକାରୀ ସେମାନଙ୍କ କଷ୍ଟ ଉପାର୍ଜିତ ଅର୍ଥ ସାହାରା ଇଣ୍ଡିଆ ପରିବାରର ବିଭିନ୍ନ ଯୋଜନାରେ ଟଙ୍କା ଜମା କରିଥିଲେ ମଧ୍ୟ ସେମାନଙ୍କ ଜମା ଅର୍ଥର ମାଚ୍ୟୁରିଟି ରାଶି ପ୍ରଦାନ କରିବାରେ ବିଳମ୍ବ ହେବା ଯୋଗୁଁ ବାଧ୍ୟ ହୋଇ ଜମାକାରୀ ସାହାରା ଏଜେଣ୍ଟ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଏହାକୁ ଫେରସ୍ତ କରିବା ପାଇଁ ଦାବି କରିଥିଲେ ।
ତେବେ ସାହାରା ପକ୍ଷରୁ ବ୍ରହ୍ମପୁର କାର୍ଯ୍ୟାଳୟକୁ ପ୍ରଦାନ କରାଯାଉଥିବା ମାସିକ ଅର୍ଥ ରାଶିକୁ ବୃଦ୍ଧି କରିବାକୁ ଏହି ଅବସରରେ ଦାବି କରାଯାଇଥିଲା ।
ବ୍ରହ୍ମପୁରରୁ ସମାର ଆଚାର୍ଯ୍ୟ, ଇଟିଭି ଭାରତ