ETV Bharat / city

ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଗର୍ଜିଲା ଆଇଏନଟିୟୁସି

author img

By

Published : Sep 30, 2020, 7:30 PM IST

Updated : Sep 30, 2020, 7:51 PM IST

ବ୍ରହ୍ମପୁରରେ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଆଇ.ଏନ୍.ଟି.ୟୁ.ସି ବିକ୍ଷୋଭ ପ୍ରଦର୍ଶନ । କୋରୋନା ଭଳି ମହାମାରୀରେ ଲଢେଇ କରୁଥିବାବେଳେ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଏକ ପ୍ରକାର ଦୋହଲି ଯାଇଛି । ଅଧିକ ପଢନ୍ତୁ...

ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଆଇ.ଏନ୍.ଟି.ୟୁ.ସି ପକ୍ଷରୁ ପ୍ରତିବାଦ

ବ୍ରହ୍ମପୁର: ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ବ୍ରହ୍ମପୁରରେ ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଆଇ.ଏନ୍.ଟି.ୟୁ.ସିର ବିକ୍ଷୋଭ ପ୍ରଦର୍ଶନ । ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ସାରା ଦେଶ କୋରୋନା ଭଳି ମହାମାରୀରେ ଲଢେଇ କରୁଥିବାବେଳେ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଏକ ପ୍ରକାର ଦୋହଲି ଯାଇଛି । ଆଉ ଏଭଳି ସମୟରେ ଗତ ଛଅ ମାସ ଧରି ଗରିବ, ଦିନ ମଜୁରିଆ ଓ ଶ୍ରମଜୀବୀ କାମଧନ୍ଦା ନ ପାଇ ରହିଛନ୍ତି । ଏଭଳି ସମୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଥିବା ନେଇ କ୍ଷୋଭ ପ୍ରକାଶ କରାଯାଇଛି । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଆଇ.ଏନ୍.ଟି.ୟୁ.ସି ର ଜିଲ୍ଲା ସଭାପତି ପୀତବାସ ପଣ୍ଡାଙ୍କ ସମେତ ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ପ୍ରମୋଦ ଜେନା, ଭୋକାଲି ସେଠୀଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Sep 30, 2020, 7:51 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.