ETV Bharat / city

ଗୋପାଳପୁରରେ ହେବ ଇନଡୋର ଷ୍ଟାଡିୟମ, ଖୁସି ଜାହିର କଲେ କ୍ରୀଡାବିତ

ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଥିବା ଗୋପାଳପୁର ବେଳାଭୂମି ସହରରେ ଇନଡୋର ଷ୍ଟାଡିୟମ ପ୍ରତିଷ୍ଠା ନେଇ ଘୋଷଣା ପରେ କ୍ରୀଡାପ୍ରେମୀ ଖୁସି ବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Aug 12, 2021, 7:51 AM IST

ଗୋପାଳପୁରରେ ହେବ ଇନଡୋର ଷ୍ଟାଡିୟମ
ଗୋପାଳପୁରରେ ହେବ ଇନଡୋର ଷ୍ଟାଡିୟମ

ବ୍ରହ୍ମପୁର: ରାଜ୍ୟରେ କ୍ରୀଡାର ବିକାଶ ପାଇଁ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଏ ନେଇ କିଛି ଦିନ ତଳେ ସମସ୍ତ ସହରାଞ୍ଚଳରେ ଇନଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର । ରାଜ୍ୟରେ ପ୍ରାୟ ୮୯ଟି ଇନଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଥିବା ଗୋପାଳପୁର ବେଳାଭୂମି ସହରରେ ଇନଡୋର ଷ୍ଟାଡିୟମ ପ୍ରତିଷ୍ଠା ନେଇ ଘୋଷଣା ପରେ କ୍ରୀଡାପ୍ରେମୀ ଖୁସି ବ୍ୟକ୍ତ କରିଛନ୍ତି ।

ଗୋପାଳପୁରରେ ହେବ ଇନଡୋର ଷ୍ଟାଡିୟମ

ରାଜ୍ୟ କ୍ରୀଡା ଭିତ୍ତିଭୂମି ବିକାଶ ପ୍ରକଳ୍ପ ଯୋଜନାରେ ଏହି ଷ୍ଟାଡିୟମ ନିର୍ମାଣ ହେବ । ରାଜ୍ୟର ବିଭିନ୍ନ ଏନ୍‌ଏସି ଓ ମହାନଗର ନିଗମ ଅଞ୍ଚଳରେ ଇନଡୋର ଷ୍ଟାଡିୟମ୍ ନିର୍ମାଣ ନେଇ ଘୋଷଣା ହେବା ପରେ ଗୋପାଳପୁରର ଷ୍ଟାଡିୟମ୍‌ରେ ଏନ୍ଏସି ପୂର୍ବତନ ନଗରପାଳ ଏ. ଜାନକୀ ରାମଙ୍କ ଅଧ୍ୟକ୍ଷତାରେ ବହୁ କ୍ରୀଡ଼ାପ୍ରେମୀ ଉପସ୍ଥିତ ରହି ଏହାକୁ ସ୍ବାଗତ କରିଛନ୍ତି । ଏପରିକି ଉପସ୍ଥିତ ସମସ୍ତ କ୍ରୀଡାପ୍ରେମୀଙ୍କୁ ଏହି ଅବସରରେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରଶଂସା ପତ୍ର, ସହ କ୍ରୀଡା ଉପକରଣ ବଣ୍ଟନ କରାଯାଇଛି ।

ଗତ କିଛି ଦିନ ତଳେ ଗୋପାଳପୁର ସହରର କ୍ରୀଡାବିତ ସମେତ ସ୍ଥାନୀୟ ନେତୃବୃନ୍ଦ ଏବଂ ବହୁ କ୍ରୀଡ଼ାପ୍ରେମୀ ଆୟୋଜିତ ହୋଇଥିବା ଭିଡିଓ କନଫରେନ୍ସ ଯୋଗେ ଗୋପାଳପୁର ଠାରେ ଷ୍ଟାଡିୟମ ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ସଚିବ ଭି.କେ ପାଣ୍ଡିୟାନ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରସ୍ତାବିତ ଏହି ଇନଡୋର ଷ୍ଟାଡିୟମ କ୍ରୀଡାବିତଙ୍କ ପାଇଁ ଅନେକ ସହଯୋଗ ସୃଷ୍ଟି କରିବ ବୋଲି କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.