ବ୍ରହ୍ମପୁର: ଐତିହାସିକ ଗଞ୍ଜାମ ଜିଲ୍ଲାରେ ପ୍ରତିଷ୍ଠା ହେବ ଇଣ୍ଡୋର ଷ୍ଟାଡିୟମ । ଗତ ମେ ମାସ ୨୭ ତାରିଖରେ ଭିଡିଓ କନଫରେନ୍ସି ମାଧ୍ୟମରେ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ କ୍ରୀଡାବିତମାନେ ୫ଟି ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ । ତେବେ ଏହା କାର୍ଯ୍ୟକାରୀ ହେବାକୁ ସ୍ଥିର ହେବା ପରେ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ଥାନୀୟ କ୍ରୀଡାବିତ୍ ଓ ଜନସାଧାରଣ ।
ରାଜ୍ୟ ସରକାର ଏଥିପାଇଁ ୬ କୋଟି ଟଙ୍କା ବ୍ୟୟ କରିବାକୁ ଯାଉଛନ୍ତି । ଏନେଇ ସ୍ଥାନୀୟ ଠାକୁରାଣୀ ମନ୍ଦିର ନିକଟରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ ସଭାରେ ସ୍ଥାନୀୟ କ୍ରୀଡାବିତମାନେ ଏହାକୁ ନେଇ ବେଶ ଖୁସି ପ୍ରକାଶ କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ