ବ୍ରହ୍ମପୁର: IREL କମ୍ପାନୀର ନିଯୁକ୍ତି ନୀତିକୁ ବିରୋଧ । କମ୍ପାନୀ ବିରୋଧରେ ସ୍ବର ଉଠାଇଲା ଗଞ୍ଜାମ ଜିଲ୍ଲା ମଜଦୁର କଂଗ୍ରେସ(Indian National Trade Union Congress) । ସଂସ୍ଥାର ନିଯୁକ୍ତି ପାଇଁ ଆବେଦନ ପତ୍ର କମ୍ପାନୀ ତରଫରୁ ଗ୍ରହଣ କରାଯାଇଥିଲେ ମଧ୍ୟ ଆଶାୟୀଙ୍କୁ ପରୀକ୍ଷା ପାଇଁ ଡକାଯାଇନାହିଁ । ଏଥିସହ ପରୀକ୍ଷା କେନ୍ଦ୍ର ବ୍ରହ୍ମପୁର କିମ୍ବା ଛତ୍ରପୁରଠାରେ କରାନଯାଇ ଜିଲ୍ଲା ବାହାରେ କରାଯାଉଥିବାରୁ କମ୍ପାନୀର ଏପରି ନୀତିକୁ ତୀବ୍ର ନିନ୍ଦା କରିଛନ୍ତି ମଜଦୁର କଂଗ୍ରେସ ସଭାପତି ତଥା ଆଇନଜୀବି ପୀତବାସ ପଣ୍ଡା ।
ଏନେଇ ମଜଦୁର କଂଗ୍ରେସ ସଭାପତି ପୀତବାସ ପଣ୍ଡା କହିଛନ୍ତି ଯେ, ''ଉକ୍ତ ସଂସ୍ଥାର ବେକାର ଯୁବକ ଓ ଯୁବତୀମାନେ ନିଯୁକ୍ତି ପାଇବାର ଆଶାରେ କମ୍ପାନୀ ନିକଟରେ ଆବେଦନ କରିଥିଲେ । ନିଯୁକ୍ତି ପାଇଁ ଆବେଦନ ପତ୍ର କମ୍ପାନୀ ତରଫରୁ ମଧ୍ୟ ଗ୍ରହଣ କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟ କମ୍ପାନୀ ନିଯୁକ୍ତି ପାଇଁ ପରୀକ୍ଷା ତାରିଖ ନିର୍ଦ୍ଧାରଣ କରିଥିଲେ ମଧ୍ୟ ଅନେକ ଆଶାୟୀଙ୍କୁ ପରୀକ୍ଷା ପାଇଁ ଡାକି ନାହିଁ । ଏପରିକି ଅନେକ ଛାତ୍ରଛାତ୍ରୀଙ୍କୁ ବିଳମ୍ବରେ କଲଲେଟର ମିଳିଥିବା ଘଟଣା ସବୁଠାରୁ ଦୁର୍ଭାଗ୍ୟର ବିଷୟ ବୋଲି କହିଛନ୍ତି ପୀତବାସ ପଣ୍ଡା ।''
ଏହା ମଦ୍ୟ ପଢନ୍ତୁ-MKCG ଛାତରୁ ବାରମ୍ବାର ସିଲିଂ ଖସିବା ପରେ ଚେତିଲା ପ୍ରଶାସନ, ବସିଲା ଜରୁରୀ ବୈଠକ
ସେ ଆହୁରି ମଧ୍ୟ କହିଛନ୍ତି ଯେ, ''ଗଞ୍ଜାମ ବାସିନ୍ଦା ଓ ସ୍ଥାନୀୟ ବାସିନ୍ଦା ଭାରତୀୟ ବିରଳ ମୂର୍ତ୍ତିକା କାରଖାନାର ପ୍ରତିଷ୍ଠା ପାଇଁ ଅନେକ କିଛି ତ୍ୟାଗ କରିଥିଲେ ମଧ୍ୟ କମ୍ପାନୀ ବ୍ରହ୍ମପୁର କିମ୍ବା ଛତ୍ରପୁର ଠାରେ ନିଯୁକ୍ତି ପରୀକ୍ଷା ନକରି କଟକ, ଭୁବନେଶ୍ୱର, ପୁରୀ ଓ ଜଗତସିଂହପୁରଠାରେ ପରୀକ୍ଷା କେନ୍ଦ୍ର କରିଛନ୍ତି । ଏପରିକି ଦକ୍ଷିଣ ଓଡିଶାର କୌଣସି ସ୍ଥାନରେ ଯଥା ଜୟପୁର, କୋରାପୁଟ କିମ୍ବା ଫୁଲବାଣୀରେ କମ୍ପାନୀ ପକ୍ଷରୁ ନିଯୁକ୍ତି ପରୀକ୍ଷା କେନ୍ଦ୍ର ନକରାଯାଇ କମ୍ପାନୀ ଏହି ଅଞ୍ଚଳକୁ ଅବହେଳା କରିଛି ।"
ସେ ଆହୁରି ମଧ୍ୟ ଅଭିଯୋଗ କହିଛନ୍ତି, "କେବଳ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳକୁ କତ୍ତୃପକ୍ଷ କାହିଁକି ଅଗ୍ରାଧିକାର ଦେଉଛି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମଜଦୁର କଂଗ୍ରେସ ସଭାପତି । ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳବାସୀ ତଥା ଗଞ୍ଜାମ ଜିଲ୍ଲାବାସୀଙ୍କୁ ଅଗ୍ରାଧିକାର ନଦେଲେ ଆସନ୍ତା ଦିନରେ ଏହା ବିରୁଦ୍ଧରେ ଆନ୍ଦୋଳନ ହେବ ବୋଲି ଜିଲ୍ଲା ମଜଦୁର କଂଗ୍ରେସ ସଭାପତି ତଥା ପୀତବାସ ପଣ୍ଡା ଜଣାଇଛନ୍ତି ।''
ଇଟିଭି ଭାରତ, ବ୍ରହ୍ମପୁର