ETV Bharat / city

ଚୁକ୍ତିଭିତ୍ତିକ କମ୍ପ୍ୟୁଟର ଶିକ୍ଷକଙ୍କ ବିକ୍ଷୋଭ ପ୍ରଦର୍ଶନ

ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଆଇ.ସି.ଟି ପ୍ରୋଜେକ୍ଟ ଓ ସେଥିରେ ନିୟୋଜିତ ହୋଇଥିବା ସ୍କୁଲ କୋଡିନେଟରଙ୍କୁ ଛଟେଇ କରାଯାଇଥିବାରୁ ସେମାନଙ୍କୁ ପୁନଃସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

author img

By

Published : Jul 20, 2019, 9:59 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ରାଜ୍ୟରେ ଛଟେଇ କରାଯାଇଥିବା ଚୁକ୍ତିଭିତ୍ତିକ କମ୍ପ୍ୟୁଟର ଶିକ୍ଷକଙ୍କୁ ପୁନଃ ସ୍ଥାୟୀ ନିଯୁକ୍ତି ଦାବିରେ ଗଞ୍ଜାମ ଜିଲ୍ଲାରେ ଶିକ୍ଷକଙ୍କ ବିକ୍ଷୋଭ ପ୍ରଦର୍ଶନ । ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଆଇ.ସି.ଟି ପ୍ରୋଜେକ୍ଟ ଓ ସେଥିରେ ନିୟୋଜିତ ହୋଇଥିବା ସ୍କୁଲ କୋର୍ଡିନେଟରଙ୍କୁ ଛଟେଇ କରାଯାଇଥିବାରୁ ସେମାନଙ୍କୁ ପୁନଃ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର ସଦରମହକୁମ୍ମା ଛତ୍ରପୁରଠାରେ ବିକ୍ଷୋଭ କରାଯାଇଥିଲା । ରାଜ୍ୟର ପ୍ରାୟ ୪ ହଜାର ବିଭିନ୍ନ ସରକାରୀ ଓ ସରକାରୀ ସ୍ୱୀକୃତିପ୍ରାପ୍ତ ଉଚ୍ଚ ବିଦ୍ୟାଳୟମାନଙ୍କରେ ଚୁକ୍ତିଭିତ୍ତିରେ ମାତ୍ର ପାଞ୍ଚ ବର୍ଷ ପାଇଁ ଅର୍ଥାତ ୨୦୧୪ ମସିହାରେ କମ୍ପୁଟର ଶିକ୍ଷା ପ୍ରଚଳନ କରାଯାଇଥିଲା । ହେଲେ ଏହି ଅବଧି ଶେଷ ହୋଇଯିବା ପରେ ଏହାକୁ ବନ୍ଦ କରାଯାଇଥିବାରୁ ଶିକ୍ଷା ବ୍ୟବସ୍ଥାରେ ଏକ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି ।

ଯାହାକି ରାଜ୍ୟର ଲକ୍ଷ ଲକ୍ଷ ବିଦ୍ୟାର୍ଥୀଙ୍କୁ କମ୍ପୁଟର ଶିକ୍ଷାରୁ ବଞ୍ଚିତ କରୁଥିବାବେଳେ ଶିକ୍ଷକମାନଙ୍କୁ ମଧ୍ୟ ଗତ ତିନି ମାସ ଧରି ନିଯୁକ୍ତି ଦିଆଯାଇ ନାହିଁ । ଯାହାର ପ୍ରତିବାଦ କରି ରାଜଧାନୀ ଭୁବନେଶ୍ୱରରେ ଆନ୍ଦୋଳନ ପରେ ଜିଲ୍ଲାସ୍ତରରେ ଆନ୍ଦୋଳନ କରାଯାଇଥିଲା ।

ମାତ୍ର ପ୍ରଶାସନ ଏ ଦିଗରେ ଚୁପ ରହିବାରୁ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଅନ୍ୟପଟେ ଆନ୍ଦୋଳନରତ କମ୍ପ୍ୟୁଟର ଶିକ୍ଷକଙ୍କ ଦାବି ପ୍ରତି ସରକାରଙ୍କୁ ଅବଗତ କରାଇ ଦିଆଯିବ ବୋଲି ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଆଇ.ସି.ଟି ପ୍ରୋଜେକ୍ଟ ଓ ସେଥିରେ ନିୟୋଜିତ ହୋଇଥିବା ସ୍କୁଲ କୋଡିନେଟର ମାନଙ୍କୁ ନିଯୁକ୍ତିରୁ ଛଟେଇ କରାଯାଇଥିବାରୁ ସେମାନଙ୍କୁ ପୁନଃ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଦାବୀରେ ଗଞ୍ଜାମ ଜିଲ୍ଲାରେ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଦରମହକୁମ୍ମା ଛତ୍ରପୁର ଠାରେ ଆୟୋଜିତ ବିକ୍ଷୋଭରେ ରାଜ୍ୟର ପ୍ରାୟ ୪୦୦୦ ବିଭିନ୍ନ ସରକାରୀ ଓ ସରକାରୀ ସ୍ୱୀକୃତିପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଚୁକ୍ତିଭିତ୍ତିରେ ମାତ୍ର ପାଞ୍ଚ ବର୍ଷ ପାଇଁ ୨୦୧୪ ମସିହାରେ କମ୍ପୁଟର ଶିକ୍ଷା ପ୍ରଚଳନ କରାଯାଇଥିଲା ହେଲେ ଏହି ଅବଧି ଶେଷ ହୋଇଯିବା ପରେ ଏହାକୁ ବନ୍ଦ କରାଯାଇଥିବାରୁ ଶିକ୍ଷା ବ୍ୟବସ୍ଥାରେ ଏକ ଦୟନୀୟ ପରିସ୍ଥିତି ସୃଷ୍ଟି ହୋଇଛି ।ଯାହାକି ରାଜ୍ୟର ଲକ୍ଷ ଲକ୍ଷ ବିଦ୍ୟାର୍ଥୀ କମ୍ପୁଟର ଶିକ୍ଷାରୁ ବଞ୍ଚିତ ହୋଇଥିବା ବେଳେ ଶିକ୍ଷକ ମାନଙ୍କୁ ଗତ ତିନି ମାସ ଧରି ନିଯୁକ୍ତି ଦିଆଯାଇନଥିବା ନେଇ ପ୍ରତିବାଦ କରାଯାଇଛି । ଛାତ୍ରଛାତ୍ରୀ ଙ୍କ ପ୍ରବେଶ ଠାରୁ ଆରମ୍ଭ କରି ଉତ୍ତୀର୍ଣ୍ଣ ଯାଏଁ ସମସ୍ତ ତଥ୍ୟ ,ବିଭିନ୍ନ ମେଧାବୃତ୍ତି ପରୀକ୍ଷା ,ଏନରୋଲମେଣ୍ଟ ,ମାଟ୍ରିକ ପରଈକ୍ଷା ଫର୍ମ ପୂରଣ ସମସ୍ତ କାର୍ଯ୍ୟ ଅନଲାଇନ୍ ରେ କରାଯାଉଥିବା ବେଳେ ନୂତନ ନିଯୁକ୍ତି ଦିଆଯାଉନଥିବାରୁ ସମସ୍ତ ବିଦ୍ୟାଳୟରେ କମ୍ପୁଟର ଶିକ୍ଷା ଏକ ପ୍ରକାର ବନ୍ଦ ହୋଇପଡିରହିଛି । ସେପଟେ ରାଜଧାନୀ ଭୁବନେଶ୍ୱର ରେ ଆନ୍ଦୋଳନ ପରେ ଜିଲ୍ଲାସ୍ତରରେ ଆନ୍ଦୋଳନ କରାଯାଇଥିବା ବେଳେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସେପଟେ ଆନ୍ଦୋଳନରତ କମ୍ପୁଟର ଶିକ୍ଷକ ଙ୍କ ଦାବୀ ପ୍ରତି ସରକାର ଙ୍କୁ ଅବଗତ କରାଇଦିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।
ବି.ଦ୍ର-(ମୋଜୋ ରେ ଏଡିଟିଙ୍ଗ୍ କରି ଭିଓ ଦେଇ ପଠାଇଛି।)Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.