ବ୍ରହ୍ମପୁର: ରାଜ୍ୟରେ କୋରୋନାର ଦ୍ୱିତୀୟ ଲହର ଜାରି ରହିଛି । ଏନେଇ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ରାଜ୍ୟରେ ମାସ୍କ ଚେକିଂକୁ କଡାକଡି କରାଯିବା ସହିତ ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖା ଯାଇଛି ।
ବ୍ରହ୍ମପୁର ରେଳଷ୍ଟେସନରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇଛି । ରାଜ୍ୟ ବାହାରରୁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଏହି ଅବସରରେ ସ୍କ୍ରିନିଙ୍ଗ୍ କରାଯିବାର ବ୍ୟବସ୍ଥା ହୋଇଛି । ଏହାସହ ବାହାରୁ ଆସୁଥିବା ପ୍ରବାସୀ ଓଡିଆଙ୍କ କୌଣସି କୋଭିଡ ଲକ୍ଷଣ ଦେଖାଗଲେ ସେମାନଙ୍କୁ କୋଭିଡ୍ ଆଣ୍ଟିଜେଣ୍ଟ ଓ ଆରଟିପିସିଆର୍ ଟେଷ୍ଟ କରାଯିବା ବ୍ୟବସ୍ଥା କରାଯିବାକୁ ବ୍ୟବସ୍ଥା କରାଯାଇଛି । ସେପଟେ ଜିଲ୍ଲାରେ କୋଭିଡ ପଜେଟିଭଙ୍କ ସଂଖ୍ୟା ଶହେକୁ ବୃଦ୍ଧି ପାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ,ଇଟିଭି ଭାରତ