ETV Bharat / city

ଗଞ୍ଜାମରେ ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କଲେ ସ୍ବାସ୍ଥ୍ୟକର୍ମୀ - ଗଞ୍ଜାମରେ ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କଲେ ସ୍ବାସ୍ଥ୍ୟ କର୍ମଚାରୀ

କୋରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ଗୁରୁବାର ଦିନ ତମାମ ଜିଲ୍ଲାର ସମସ୍ତ ସହରାଞ୍ଚଳ ସମେତ ପାଞ୍ଚୋଟି ବ୍ଲକ ହେଡକ୍ବାର୍ଟରରେ ଘରକୁ ଘର ବୁଲି ସ୍କ୍ରିନିଂ କାର୍ଯ୍ୟ କରାଯାଇଛି । ଅଧିକ ପଢନ୍ତୁ...

ଗଞ୍ଜାମରେ ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କଲେ ସ୍ବାସ୍ଥ୍ୟକର୍ମୀ

author img

By

Published : Jul 9, 2020, 11:07 PM IST

ବ୍ରହ୍ମପୁର: କୋରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ଗୁରୁବାର ଦିନ ତମାମ ଜିଲ୍ଲାର ସମସ୍ତ ସହରାଞ୍ଚଳ ସମେତ ପାଞ୍ଚୋଟି ବ୍ଲକ ହେଡକ୍ବାର୍ଟରରେ ଘରକୁ ଘର ବୁଲି ସ୍କ୍ରିନିଂ କାର୍ଯ୍ୟ କରାଯାଇଛି । ଜିଲ୍ଲାରେ ଏଥିପାଇଁ ୨୦୦ଟି ଡାକ୍ତରୀ ଟିମ ନିୟୋଜିତ ହୋଇଛନ୍ତି ।

ଗଞ୍ଜାମରେ ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କଲେ ସ୍ବାସ୍ଥ୍ୟକର୍ମୀ
ଗଞ୍ଜାମରେ ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କଲେ ସ୍ବାସ୍ଥ୍ୟକର୍ମୀ

ବ୍ରହ୍ମପୁର ମହାନଗର ନିଗମ ସମେତ ସମସ୍ତ ସହରାଞ୍ଚଳରେ ଘରକୁ ଘର ବୁଲି ପରିବାରର ସମସ୍ତ ସଦସ୍ୟଙ୍କ ଟିମ ଥର୍ମାଲ ସ୍କ୍ରିନିଂ ସହିତ ପଲସ ଅକ୍ସିମିଟର ଯେଉଁଥିରେ ଅକ୍ସିଜେନ ଓ ପଲସ ଯାଞ୍ଚ କରିଥିଲେ । ମୁଖ୍ୟତଃ ସହରାଞ୍ଚଳରେ ଏହି ସ୍କ୍ରିନିଂ ସମୟରେ କୋରୋନା ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବା ସହ କେଉଁମାନେ ମଧୁମେୟ , ରକ୍ତଚାପ ଭଳି ବିଭିନ୍ନ ରୋଗରେ ଆକ୍ରାନ୍ତ ତାହାର ତାଲିକା ପ୍ରସ୍ତୁତ କରି ପରବର୍ତ୍ତୀ ସମୟରେ ଏହାର ଟେଲି ମେଡିସନ ମାଧ୍ୟମରେ ଚିକିତ୍ସା ହୋଇପାରିବ ତାହାର ତାଲିକା ପ୍ରସ୍ତୁତ କରିବା ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି ।

ପ୍ରଥମ ଦିନରେ ସ୍ବାସ୍ଥ୍ୟ ଟିମରେ ଏହି ଯାଞ୍ଚ ସମୟରେ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ମଧ୍ୟ ବିଭିନ୍ନ ସ୍ଥାନରେ ପହଞ୍ଚି ଅନୁଧ୍ୟାନ କରିଥିବା ଦେଖାଯାଇଥିଲା । ପାଞ୍ଚ ଦିନିଆ ସଟଡାଉନ ସମୟରେ ଜିଲ୍ଲାରେ ପ୍ରାୟ ୭ ଲକ୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯିବ ବୋଲି କୁହାଯାଇଛି। ଏହି ଅବସରରେ ଗଞ୍ଜାମ ଜିଲ୍ଲାର ପୁରଷୋତ୍ତମପୁର ସହରରେ ଘରକୁ ଘର ବୁଲ୍ଲି ସ୍ବାସ୍ଥ୍ୟ ପରୀକ୍ଷା କରୁଥିବା ଟିମ ସହିତ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ସମୀକ୍ଷା କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.