ETV Bharat / city

କୁଳପତିଙ୍କ ପ୍ରକୋଷ୍ଠରେ ଅତିଥି ଅଧ୍ୟାପକଙ୍କ ଆତ୍ମହୁତି ଉଦ୍ୟମ

author img

By

Published : Sep 1, 2021, 12:36 PM IST

କୁଳପତିଙ୍କ ପ୍ରକୋଷ୍ଠରେ ଆତ୍ମହୁତି ଉଦ୍ଯମ କଲେ ଅତିଥି ଅଧ୍ୟାପକ । ଥାନାରେ ପହଞ୍ଚିଲା ମାମଲା । ଅଧିକ ପଢନ୍ତୁ...

କୁଳପତିଙ୍କ ପ୍ରକୋଷ୍ଠରେ ଆତ୍ମାହୃତି ଉଦ୍ଯମ କଲେ ଅତିଥି ଅଧ୍ୟାପକ

ବ୍ରହ୍ମପୁର: କୁଳପତିଙ୍କ ପ୍ରକୋଷ୍ଠରେ ଆତ୍ମହୁତି ଉଦ୍ଯମ କଲେ ଅତିଥି ଅଧ୍ୟାପକ । ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତିରୁ ଛଟେଇ କରାଯିବା ଓ ତାହାର କାରଣ ନ ଦର୍ଶାଯିବା ପ୍ରତିବାଦରେ ସେ ଏଭଳି ପଦକ୍ଷେପ ନେଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପରିସରରେ ।

ପୂର୍ବରୁ ଖଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗର ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟରତ ଥିବା ଡକ୍ଟର ବିଭୁତି ଭୂଷଣ ପାତ୍ର କାର୍ଯ୍ୟ କରି ଆସୁଥିଲେ । ଗତ ପାଞ୍ଚବର୍ଷ ଧରି କାର୍ଯ୍ୟ କରି ଆସୁଥିବା ବିଭୂତିଙ୍କୁ ଗତ ପାଞ୍ଚ ମାସ ପୂର୍ବେ କଲେଜ କର୍ତ୍ତୃପକ୍ଷ କୌଣସି କାରଣ ନଦର୍ଶାଇ ଚାକିରିରୁ ଛଟେଇ କରିଥିଲେ । ଏହାକୁ ନେଇ ସେ ମାନସିକ ଭାରସାମ୍ୟ ହରାଇବା ସହ ବାରମ୍ବାର ଏନେଇ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରି ଆସୁଥିଲେ । କିନ୍ତୁ କୌଣସି ସୁଫଳ ପାଇନଥିଲେ ।

ଯାହାକୁ ନେଇ ଅଧ୍ୟାପକ ଜଣଙ୍କ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ପ୍ରକୋଷ୍ଠ ମଧ୍ୟରେ ପଶି ଆସି ପ୍ରଥମେ ହାତରେ ଧରିଥିବା ପେଟ୍ରୋଲ ବୋତଲକୁ ନିଜ ଶରୀରରେ ଢାଳି ଦେଇଥିଲେ । ଆଉ ଦିଆସିଲି ବାହାର କରି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ଉପସ୍ଥିତ କର୍ମଚାରୀ ମାନେ ତାଙ୍କୁ କାବୁ କରି ନେଇଥିଲେ । ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳକୁ ଯାଇ ଅଧ୍ୟାପକ ବିଭୂତିଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା । ଏହାସହ କୁଳପତି ଦେଇଥିବା ଅଭିଯୋଗ ଆଧାରରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.