ETV Bharat / city

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଏନଏସି କର୍ମଚାରୀ

author img

By

Published : Nov 9, 2020, 9:37 PM IST

୨୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଗୋପାଳପୁର ଏନଏସି କର୍ମଚାରୀ । ଅଧିକ ପଢ଼ନ୍ତୁ...

Gopalpur NAC worker arrested, vigilance raid, NAC worker  taking bribe, ଲାଞ୍ଚୁଆ ଏନଏସି କର୍ମଚାରୀ, ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦ
ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଏନଏସି କର୍ମଚାରୀ

ବ୍ରହ୍ମପୁର: ବିବାହ ପଞ୍ଜୀକରଣ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ୨୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟରତ ଥିବା କର୍ମଚାରୀ ପ୍ରିୟ ରଞ୍ଜନ ମହାରଣା ।

ନୟାଗଡ଼ ଜିଲ୍ଲା ରଥଗଡା ସାହିର ପ୍ରିୟ ରଞ୍ଜନ ଗୋପାଳପୁର ଏନଏସିରେ କମ୍ପ୍ୟୁଟର ପ୍ରୋଗ୍ରାମାର ଭାବରେ କାର୍ଯ୍ୟରତ ରହିଥିବା ବେଳେ ସେ ବ୍ରହ୍ମପୁର ନିକଟବର୍ତ୍ତୀ ଭଞ୍ଜବିହାର ଅଞ୍ଚଳର ପ୍ରଫୁଲ ଚନ୍ଦ୍ର ଦାଶଙ୍କ ପୁଅ ସିଦ୍ଧାନ୍ତ କୁମାରଙ୍କ ବିବାହ ପଞ୍ଜୀକରଣ ପ୍ରମାଣପତ୍ର ପାଇଁ ଏହି ଲାଞ୍ଚ ଟଙ୍କା ଦାବି କରିଥିଲେ । ଏହି ସମୟରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଚଢାଉ କରି ୨୫୦୦ ଟଙ୍କା ଜବତ କରିବା ସହିତ ତାଙ୍କ ସରକାରୀ କାର୍ଯ୍ୟାଳୟ ସହିତ ଭଡା ସୁତ୍ରରେ ରହୁଥିବା ଘରେ ଚଢାଉ କରି ତଦନ୍ତ ଜାରି ରଖିଛି । ଏନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିବା ସୂଚନା ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.