ETV Bharat / city

ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଗଲେ ପ୍ରଦୀପ ପାଣିଗ୍ରାହୀ - Pradeep Panigrahi appeared in court

ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଗଲେ ପ୍ରଦୀପ ପାଣିଗ୍ରାହୀ

author img

By

Published : Feb 4, 2021, 3:20 PM IST

Updated : Feb 4, 2021, 10:18 PM IST

19:41 February 04

ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଗଲେ ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଗଲେ ପ୍ରଦୀପ ପାଣିଗ୍ରାହୀ

15:14 February 04

ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଣ୍ଡଳ କାରାଗାରକୁ ପଠାଯାଇଛି ।

ବ୍ରହ୍ମପୁର SDJM କୋର୍ଟରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ଆସନ୍ତା ୭ ତାରିଖରେ ପୁଣି ଭୁବନେଶ୍ବର କୋର୍ଟରେ ହାଜର ହେବେ ପ୍ରଦୀପ ପାଣିଗ୍ରାହୀ । ଏଣୁ ଆସନ୍ତା ୬  ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହିବେ ଗୋପାଳପୁର ବିଧାୟକ ପ୍ରଦୀପ । ବ୍ରହ୍ମପୁର ପୋଲିସ ଜିଲ୍ଲାର ଗୋଳନ୍ଥରା ଥାନାର ତିନୋଟି ମାମଲାରେ ବିଧାୟକଙ୍କୁ ଏସଡିଜେଏମ୍ କୋର୍ଟରେ ହାଜର କରାଯିବା ସମୟରେ ସ୍ୱାସ୍ଥ୍ୟ ସେବା ସଠିକ୍ ନଥିବା ଦର୍ଶାଇ ତାଙ୍କ ଆଇନଜୀବୀ ଦୀପକ ପଟ୍ଟନାୟକ କୋର୍ଟରେ ଏକ ପିଟିସନ୍ ପ୍ରଦାନ କରିଥିଲେ । ତେବେ ଶେଷରେ ଏନେଇ ଜେଲ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବା ପାଇଁ କୋର୍ଟ ଆଦେଶ ଦେଇଥିବା ପ୍ରଦୀପଙ୍କ ଆଇନଜୀବୀ ସୂଚନା ଦେଇଛନ୍ତି ।

 ଗୁରୁବାର ପ୍ରଦୀପ ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ତିନୋଟି ଠକେଇ ମାମଲାରେ ଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ । ଟାଟା କମ୍ପାନୀରେ ଚାକିରୀ ଦେବା ନାଁରେ ବିଧାୟକ ପ୍ରଦୀପ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଭୁବନେଶ୍ବର ଏସଡିଜେଏମ କୋର୍ଟଙ୍କ ଅନୁମତିକ୍ରମେ ସ୍ବତନ୍ତ୍ର ଏସକର୍ଟ ଟିମ ଝାରପଡା ଜେଲରୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଦୀପଙ୍କୁ ଆଣି ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର କରିଥିଲେ । 

ଗତ ଡିସେମ୍ବର 24 ତାରିଖରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଗୁଣୁପୁର ଗ୍ରାମର ଲକ୍ଷ୍ମୀ ନାରାୟଣ ନାୟକ ବିଧାୟକଙ୍କ ବିରୁଦ୍ଧରେ ଟଙ୍କା ଠକେଇର ମାମଲା ରୁଜୁ କରିଥିଲେ । ସେହିପରି ଚିକରଡା ଗ୍ରାମର ପ୍ରଶାନ୍ତ କରଙ୍କ ଏତଲା ଅନୁଯାୟୀ ଗତ ଡିସେମ୍ବର 31ରେ ଟଙ୍କା ଠକେଇ ନେଇ ଅନ୍ୟ ଏକ ମାମଲା ରୁଜୁ ହୋଇଥିଲା  । ଏହାସହ ଗତ ଜାନୁଆରୀ 12 ତାରିଖରେ କେଲୁଆପଲ୍ଲୀ ଗ୍ରାମର ପ୍ରଭାତ ନାୟକ ମଧ୍ୟ ଟଙ୍କା ହଡପ ନେଇ ପ୍ରଦୀପଙ୍କ ନାଁ ଏତଲା ଦେଇଥିଲେ ।  

ଅନ୍ୟପଟେ ବିଧାୟକଙ୍କ ଶରୀର ଅସୁସ୍ଥ ରହିଥିବା ବେଳେ ସେ ଭୁବନେଶ୍ବରରେ ଚିକିତ୍ସିତ ହେବା ପାଇଁ ଚାହୁଁଥିବା ନେଇ କୋର୍ଟରେ ଏକ ପିଟିସନ ଦାଖଲ ହୋଇଥିବା କହିଛନ୍ତି ଆବେଦନକାରୀ ଓକିଲ । ତେବେ ଏନେଇ ବିଧାୟକ ପ୍ରଦୀପଙ୍କ ପତ୍ନୀ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ବିଧାୟକଙ୍କୁ କୋର୍ଟ ପରିସରକୁ ଅଣାଯିବା ଏବଂ ହାଜର ପରେ ନିଆଯିବା ସମୟରେ ପ୍ରଦୀପଙ୍କ ସମର୍ଥକ ମାନେ ସ୍ଳୋଗାନ ସହ ନାରାବାଜି କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Feb 4, 2021, 10:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.