ETV Bharat / city

ବ୍ରହ୍ମପୁରରେ ମୁଖ୍ୟ ଶାସନ ସଚିବ, ବୁଲି ଦେଖିଲେ ଘଟକେଶ୍ବର ପ୍ରକଳ୍ପ କାର୍ଯ୍ୟ - ବ୍ରହ୍ମପୁରରେ ମୁଖ୍ୟ ଶାସନ ସଚିବଙ୍କ ସମେତ ୫ଟି ସଚିବ

ଘଟକେଶ୍ବର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ । ବହୁ ପ୍ରତିକ୍ଷିତ ଘଟକେଶ୍ବର ଜଳସେଚନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସମେତ ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିୟାନ୍ । ଅଧିକ ପଢନ୍ତୁ

ବ୍ରହ୍ମପୁରରେ ମୁଖ୍ୟ ଶାସନ ସଚିବଙ୍କ ସମେତ ୫ଟି ସଚିବ

author img

By

Published : Apr 28, 2022, 11:26 AM IST

ବ୍ରହ୍ମପୁର: ଘଟକେଶ୍ବର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଲେ ମୁଖ୍ୟ ଶାସନ ସଚିବଙ୍କ ସମେତ ୫ଟି ସଚିବ । ବହୁ ପ୍ରତିକ୍ଷିତ ଘଟକେଶ୍ବର ଜଳସେଚନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସମେତ ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ । ତାଙ୍କ ସହିତ ଜଳସେଚନ ବିଭାଗର ସଚିବ ଅନୁ ଗର୍ଗ ମଧ୍ୟ ଉପସ୍ଥିତ ଅଛନ୍ତି । ଡିସେମ୍ବର ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ବ୍ରହ୍ମପୁରରେ ମୁଖ୍ୟ ଶାସନ ସଚିବଙ୍କ ସମେତ ୫ଟି ସଚିବ

ହେଲିକପ୍ଟର ଯୋଗେ ତିନି ସଚିବ ଗଞ୍ଜାମ ଜିଲ୍ଲାରେ ପହଞ୍ଚିଥିଲେ । କୁକୁଡାଖଣ୍ଡି ବ୍ଳକର କଙ୍କିଆ ପଞ୍ଚାୟତ କାଇଲିକୋଟରେ ଚାଲିଥିବା ନିର୍ମାଣଧୀନ ଘଟେକେଶ୍ବର ଜଳ ପ୍ରକଳ୍ପ ବୁଲି ଦେଖିଛନ୍ତି । ଚିକିଟି ଜଳସମ୍ପଦ ବିଭାଗ ଦ୍ବାରା ୧୭୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ଚାଲିଥିବା ଏହି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି । ଘଟକେଶ୍ବର କଂକ୍ରିଟ ଡ୍ୟାମ କାର୍ଯ୍ୟ ଜୋରସୋର ଚାଲିଛି । ଏହା 220 ମିଟର ବିଶିଷ୍ଟ ରହିଛି । ପ୍ରକଳ୍ପ କାର୍ଯ୍ୟ ଧାର୍ଯ୍ୟ ସମୟରେ ଶେଷ କରିବାକୁ ପରାମର୍ଶ ଦେଇଥିଲେ ମୁଖ୍ୟ ଶାସନ ସଚିବ । ଏହି ପ୍ରକଳ୍ପ ଜରିଆରେ 6260 ହେକ୍ଚର ଜମିକୁ ପାଣି ମିିଳିବ । ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରହିଛି ।

ଘଟକେଶ୍ବର ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା ପୂର୍ବରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ସମେତ ୫ଟି ସଚିବଙ୍କ ଟିମ ଗଜପତି ଜିଲ୍ଲାର ଛେଳିଗଡ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରକଳ୍ପ ସମୀକ୍ଷା କରିଛନ୍ତି ଟିମ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.