ETV Bharat / city

ମନରେଗା ଯୋଜନାରେ ଗଞ୍ଜାମକୁ ମିଳିଲା ୬୬ କୋଟି ସହାୟତା - କୋଭିଡ୍ ସହାୟତା

ମନରେଗା ଯୋଜନାରେ ଗଞ୍ଜାମ ଜିଲ୍ଲାକୁ ୬୬ କୋଟି ଟଙ୍କା କୋଭିଡ ସହାୟତା ମିଳିବା ପରେ ଏହାକୁ ନେଇ ଶ୍ରମିକ ମାନେ ବେସ ଖୁସି ଅଛନ୍ତି । ଅଧିକ ପଢନ୍ତୁ...

ମନରେଗା ଯୋଜନାରେ ଗଞ୍ଜାମ ଜିଲ୍ଲାକୁ ମିଳିଛି ୬୬  କୋଟି ଟଙ୍କା କୋଭିଡ୍ ସହାୟତା

author img

By

Published : Jul 10, 2021, 10:02 AM IST

Updated : Jul 10, 2021, 11:32 AM IST

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ମନରେଗା ଯୋଜନାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାଇଁ କୋଭିଡ୍ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିରେ ଗଞ୍ଜାମକୁ ୬୬ କୋଟି ଟଙ୍କା ସହାୟତା ମିଳିବା ପରେ ଏହାକୁ ନେଇ ଶ୍ରମିକ ମାନେ ବେସ ଖୁସି ଅଛନ୍ତି । ପୂର୍ବରୁ ଶ୍ରମିକ ମାନେ ପାଉଥିବା ଦୈନିକ ମଜୁରି ସହ ଅତିରିକ୍ତ ୫୦ ଟଙ୍କା ସହାୟତା ଦେବା ଲାଗି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଘୋଷଣା କରିଥିଲେ ।

ଗତ ଏପ୍ରିଲ ପହିଲାରୁ ଜୁନ୍‌ ୩୦ ତାରିଖ ମଧ୍ୟରେ ଯେଉଁ ଶ୍ରମିକ ମାନେ ମନରେଗା ଯୋଜନାରେ କାମ କରିଛନ୍ତି, ସେମାନଙ୍କୁ ୩ ମାସର ଦୈନିକ ଧାର୍ଯ୍ୟ ମଜୁରି ସହ ଅତିରିକ୍ତ ୫୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସରକାରଙ୍କ ଏହି ସହାୟତା ସ୍ବତନ୍ତ୍ର ପ୍ୟାକେଜରେ ମୋଟ ୩୨ ଲକ୍ଷ ବ୍ୟକ୍ତି ବିଶେଷଙ୍କୁ ୩୫୨ କୋଟି ଟଙ୍କାର ସହାୟତା ଦିଆଯିବ।

ମନରେଗା ଯୋଜନାରେ ଗଞ୍ଜାମ ଜିଲ୍ଲାକୁ ମିଳିଛି ୬୬ କୋଟି ଟଙ୍କା କୋଭିଡ୍ ସହାୟତା

ଏହି ଅବସରରେ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି ଜିଲ୍ଲାପାଳ । ଏଥି ସହ ଗଞ୍ଜାମ ଜିଲ୍ଲାକୁ ମିଳିଥିବା ସହାୟତା ରାଶି ମୋଟ 66 କୋଟି ଟଙ୍କା ମୋଟ ସାଢେ ତିନି ଲକ୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିବିଶେଷ ଲାଭ ପାଇପାରିବେ ବୋଲି ଜିଲ୍ଲାପାଳ କହିଥିଲେ ।

କୋଭିଡର ଦ୍ବିତୀୟ ଲହରୀ ସମୟରେ ପ୍ରାୟ ଏକ କୋଟି 57 ଲକ୍ଷ ବ୍ୟକ୍ତି ବିଶେଷଙ୍କୁ କାର୍ଯ୍ୟ ଯୋଗାଯାଇ ମୋଟ 250କୋଟିରୁ ଊର୍ଦ୍ଧ୍ଵ ବ୍ୟକ୍ତିବିଶେଷ ଏହି ଟଙ୍କା ରୋଜଗାର କରିପାରିଛନ୍ତି ଓ ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ଏହାକୁ ଆହୁରି ବ୍ୟାପକ କରାଯିବା ସହ ବୃକ୍ଷରୋପଣ, ଗୁହାଳ ଭଳି ବିଭିନ୍ନ ଗ୍ରାମରେ ଉପକରଣ ପ୍ରସ୍ତୁତ କରାଯାଉଥିବା କହିଛନ୍ତି ଜିଲ୍ଲାପାଳ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jul 10, 2021, 11:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.