ETV Bharat / city

ହାତଗଣ୍ଠି ପଡିବା ପୂର୍ବରୁ ବାଲ୍ୟ ବିବାହ ରୋକିଲା ପ୍ରଶାସନ

author img

By

Published : Dec 3, 2020, 11:55 AM IST

Updated : Dec 3, 2020, 12:40 PM IST

ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ମହୁଡ଼ା ପଞ୍ଚାୟତରେ ପ୍ରଶାସନର ହସ୍ତକ୍ଷେପ ପରେ ବନ୍ଦ ହୋଇଛି ଗୋଟିଏ ବାଲ୍ୟ ବିବାହ । ସ୍ଥାନୀୟ କୁମାରପୁର ଗ୍ରାମରେ ଏକ ୧୩ ବର୍ଷର ନାବାଳିକାର ବାହାଘର ଉପରେ ରୋକ ଲଗାଇଛି ପ୍ରଶାସନ । ଅଧିକ ପଢନ୍ତୁ...

ପ୍ରଶାସନର ହସ୍ତକ୍ଷେପ ପରେ ବନ୍ଦ ହେଲା ବାଲ୍ୟ ବିବାହ

ବ୍ରହ୍ମପୁର: ପ୍ରଶାସନର ହସ୍ତକ୍ଷେପ ପରେ ବନ୍ଦ ହେଲା ବାଲ୍ୟ ବିବାହ । ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ମହୁଡ଼ା ପଞ୍ଚାୟତରେ ପ୍ରଶାସନର ହସ୍ତକ୍ଷେପ ପରେ ବନ୍ଦ ହୋଇଛି ଗୋଟିଏ ବାଲ୍ୟ ବିବାହ । ସ୍ଥାନୀୟ କୁମାରପୁର ଗ୍ରାମରେ ଏକ ୧୩ ବର୍ଷର ନାବାଳିକାର ବାହାଘର ଉପରେ ରୋକ ଲଗାଇଛି ପ୍ରଶାସନ ।

ମିଳିଥିବା ସୂଚନା ମୁତାବକ, ବୁଧବାର ରାତିରେ କୁମାରପୁର ଗ୍ରାମର ଜଣେ ୧୩ ବର୍ଷର ନାବାଳିକାର ବାହାଘର ଉକ୍ତ ଗ୍ରାମର ଜଣେ ଯୁବକ ସହିତ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଥିଲା । ଗ୍ରାମ ସମେତ ଆଖପାଖ ଅଞ୍ଚଳର ଲୋକଙ୍କ ନିମନ୍ତେ ଏକ ଭୋଜିର ମଧ୍ୟ ଆୟୋଜନ ହୋଇଥିଲେ ।

କୌଣସି ସୂତ୍ରରୁ ଖବର ପାଇଁ କୁକୁଡାଖଣ୍ଡି ତହସିଲଦାର ଡ.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ସହିତ ସ୍ଥାନୀୟ ସଦରଥାନା ପୋଲିସ ସହାୟତାରେ କୁକୁଡାଖଣ୍ଡି ସମନ୍ବିତ ଶିଶୁ ବିକାଶ ଯୋଜନାର ଅଧିକାରୀ, ସ୍ଥାନୀୟ ଅଙ୍ଗନବାଡି ସୁପରଭାଇଜର ଓ ଅଙ୍ଗନବାଡି କର୍ମୀ ଗ୍ରାମରେ ପହଞ୍ଚିଥିଲେ । ପରେ ବାଲ୍ୟ ବିବାହ ଏବଂ ତାର କୁପ୍ରଭାବ ସମ୍ପର୍କରେ ନାବାଳିକାଙ୍କ ପରିବାର ସହିତ କାଉନସିଲିଙ୍ଗ୍ କରାଯାଇ ନାବାଳିକାଙ୍କୁ ଉକ୍ତ ସ୍ଥାନରୁ ଉଦ୍ଧାର କରିଥିଲେ ।

ହାତଗଣ୍ଠି ପଡିବା ପୂର୍ବରୁ ବାଲ୍ୟ ବିବାହ ରୋକିଲା ପ୍ରଶାସନ

କୋରୋନା କଟକଣାକୁ ଅବମାନନା କରି ଭୋଜି ଆୟୋଜନ କରାଯାଇଥିବା କାରଣରୁ ଭୋଜି ବନ୍ଦ କରାଯାଇଥିବା ବେଳେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଦେଖି ଘଟଣାସ୍ଥଳରୁ ବର ସମେତ ବରର ପରିବାର ବର୍ଗ ଫେରାର ହୋଇଥିବା ସୂଚନା ମିଳିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Dec 3, 2020, 12:40 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.